27.1 C
Bhubaneswar
Saturday, June 22, 2024
Homeଓଡିଶାଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ

ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ

ଭୁବନେଶ୍ୱର : ଆଜି ପହିଲି ରଜ ଅବସରରେ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଯେପରି ୪ ଦ୍ୱାରପଟେ ଯାଇ ଭକ୍ତ ସୁରୁଖୁରୁରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟରେ ନୁୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ଅନୁସାରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯାଇଛି । ଏହାକୁ ନେଇ ଭକ୍ତଙ୍କ ମହଲରେ ସନ୍ତୁଷ୍ଟି ପ୍ରକାଶ ପାଇଛି । ଦର୍ଶନ ପାଇଁ ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇରହୁଥିବା ଶ୍ରଦ୍ଧାଳୁ ଆଶ୍ୱସ୍ତ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking