28.1 C
Bhubaneswar
Friday, June 21, 2024
Homeଦେଶ ବିଦେଶପ୍ରେମିକାର କଥା ଶୁଣି ପ୍ରେମିକର ଉଡ଼ିଗଲା ହୋସ୍‌; ତା’ପରେ..

ପ୍ରେମିକାର କଥା ଶୁଣି ପ୍ରେମିକର ଉଡ଼ିଗଲା ହୋସ୍‌; ତା’ପରେ..

ନୂଆଦିଲ୍ଲୀ: ପାଖରେ ରହିବାକୁ ମନା କରିଦେଲା ପ୍ରେମିକା । ଜଜ୍‌ଙ୍କ ଆଗରେ ହାତ କାଟିଦେଲା ଯୁବକ । ଏଭଳି ଘଟଣା କେରଳ ହାଇକୋର୍ଟରେ ଦେଖିବାକୁ ମିଳିଛି । ଯେଉଁଠି ପ୍ରେମିକା ପ୍ରେମିକ ସହ ନ ରହି ଘର ଲୋକଙ୍କ ସହ ରହିବାକୁ ନିଷ୍ପତ୍ତି ନେବାରୁ ଜଜ୍‌ଙ୍କ ଆଗରେ ହାତ କାଟିଦେଲା ଯୁବକ । କେରଳର ୩୧ ବର୍ଷୀୟ ଯୁବକ ବିଷ୍ଣୁ କେରଳ କୋର୍ଟରେ ଏକ ମାମଲା ଶୁଣାଣି ବେଳେ ଜଷ୍ଟିସ ଅନୁ ଶିବରମଣଙ୍କ ଚାମ୍ବର ଆଗରେ ନିଜ ହାତ କାଟି ଦେଇଛନ୍ତି । ସୂଚନା ଅନୁଯାୟୀ ବିଷ୍ଣୁ ୨୩ ବର୍ଷୀୟା ଯୁବତୀଙ୍କ ସହ ପାଖାପାଖି ମାସେ ହେବ ଏକାଠି ରହୁଥିଲେ । ଯୁବତୀଙ୍କ ବାପା ଝିଅକୁ ବିଷ୍ଣୁ ବନ୍ଦୀ କରି ରଖିଥିବା ନେଇ ଏକ ମାମଲା ରୁଜୁ କରିଥିଲେ ।

କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଯୁବତୀ ଜଣକ ନିଜ ପରିବାର ସହ ରହିବା ପାଇଁ ଜଜ୍‌ଙ୍କ ଆଗରେ କହିଥିଲେ । ଯୁବତୀ ଜଣକ ଜଜ୍‌ଙ୍କ ଆଗରେ କହିଥିଲେ ଯେ ବିଷ୍ଣୁଙ୍କ ସହ ତାଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ ବରଂ ସେ ତାଙ୍କୁ ଭାଇ ନଜରରେ ଦେଖନ୍ତି । ସେ ଆହୁରି କହିଥିଲେ ଯେ ସେ ବାଧ୍ୟ ହୋଇ ବିଷ୍ଣୁଙ୍କ ସହ ରହୁଥିଲେ । କାହିଁକି ନା ବିଷ୍ଣୁ ତାଙ୍କୁ ଡରାଉଥିଲେ କି ଯଦି ସେ ପଳାନ୍ତି, ତେବେ ସେ ନିଜ ଜୀବନ ଦେଇଦେବେ । ବିଷ୍ଣୁ ପୂର୍ବରୁ ବିବାହିତ ବୋଲି ମଧ୍ୟ ଜଜ୍‌ଙ୍କ ଆଗରେ କହିଥିଲେ । ଏସବୁ କଥା ଶୁଣିବା ପରେ ବିଷ୍ଣୁ କୋର୍ଟରେ ଉପସ୍ଥିତ ଜଜ୍‌ଙ୍କ ଆଗରେ ନିଜ ପକେଟ୍‌ରୁ ଛୁରୀ କାଢ଼ି ହାତ କାଟିଦେଇଥିଲେ । ତାଙ୍କୁ ପୋଲିସ ଅଟକାଇବା ସହ ନିକଟସ୍ଥ ମେଡିକାଲରେ ଭର୍ତ୍ତି ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking