ଭୁବନେଶ୍ୱର :ମେଦବହୁଳତା ବା ମୋଟା ପା ଆଜିକାଲି ଅନେକ ଲୋକଙ୍କ ସମସ୍ୟା ପାଲଟି ଗଲାଣି । ବିଶେଷ କରି ଆଜି ର ଯୁବପିଢ଼ି ଙ୍କୁ ଲାଗିଛି ୦ ଫିଗର ନିଶା ସମସ୍ତେ ଚାହାନ୍ତି ସ୍ଲିମ ସହ ଫିଟ ରହିବାକୁ । ଆଜିର ଜୀବନ ଚର୍ୟ୍ୟା କୁ ଦେଖିଲେ ବ୍ୟସ୍ତ ମୟ ଜୀବନରେ ନିଜକୁ ସମୟ ଦେବା ଏକ କାଠିକର ବ୍ୟାପାର ।ଏପରି କ୍ଷେତ୍ର ରେ କେମିତ ରହିବେ ଫିଟ । ଜଣାନ୍ତୁ କିଛି ଛୋଟ ଟିପ୍ସ ଯାହାଦ୍ଵାରା ଆପଣ ନିଜର ଓଜନ କମ କରିବା ସହ ସୁନ୍ଦର ବି ଦେଖାଯିବେ ।
ଏହି ସବୁ ସମସ୍ୟା ଦୂର କରିବାକୁ ସକାଳ ସମୟରେ ନିଜ ଖାଦ୍ୟ ରେ ଅମୃତଭଣ୍ଡା,ବାଦାମ ,ଘି କୁଆଁରି କୁ ନିହାତି ସାମିଲ କରନ୍ତୁ । ଦିନର ଆରମ୍ଭ ସକାଳ ସମୟରେ ଠିକ ଭାବେ ଭରପୁର ପ୍ରୋଟିନ ଥିବା ପେଟ ପୁରା ଖାଦ୍ୟ ଖାଇବା ଆବଶ୍ୟକ ।ଅମୃତଭଣ୍ଡାରେ ଫାଇଭର ଭରପୁର ରହିଥାଏ । ଯାହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଅମୃତଭଣ୍ଡା କଲେଷ୍ଟ୍ରଲ କମ କରିବା ସହ ପେଟ ସଫା ରଖିବାରେ ସହାୟକ ହୋଇଥାଏ ।କିଛି ଲୋକଙ୍କ ପେଟ ସମସ୍ୟା ଦେଖାଦେଉଥିଲେ ସେମାନେ ସକାଳ ଖାଲି ପେଟରେ ଘି କୁଆଁରି ସେବନ କରନ୍ତୁ । ଯାହା ପେଟକୁ ବିଷାକ୍ତ ପଦାର୍ଥ ବାହାର କରି ନିର୍ମଳ ରଖିଥାଏ । ବାଦାମ ରେ ଭରପୁର ସ୍ନେହସାର ରହିଥାଏ ଯାହା ଓଜନ କମାଇବା ସହ ମୁହଁରେ ଉଜ୍ୱଳତା ଆଣିଦିଏ ।