29.1 C
Bhubaneswar
Monday, November 18, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆଖୁ ରସ...

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆଖୁ ରସ…

ଭୁବନେଶ୍ୱର : ଖରାଦିନେ ଲୋକମାନେ ବିଭିନ୍ନ ପ୍ରକାରର ଆମ୍ବ, କମଳା ପରି ଫଳ ପସନ୍ଦ କରନ୍ତି । ସମସ୍ତ ଫଳ ରସ ମଧ୍ୟରୁ ଖରାଦିନେ ଆଖୁ ରସ ପିଇବାକୁ ଲୋକ ଅଧିକ ପସନ୍ଦ କରିଥାଆନ୍ତି । ଆଖୁ ରସରେ ରହିଛି ଅନେକ ଉପକାରିତା । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି, ତେବେ ଆସନ୍ତୁ ଜାଣିବା ଆଖୁ ରଶ ଆମ ଶରୀର ପାଇଁ କେତେ ଉପଯୋଗୀ…
ଆଖୁ ରସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯଦି ଆପଣଙ୍କୁ ମୂତ୍ରାଶୟ ସଂକ୍ରମଣ ସମସ୍ୟା କିମ୍ବା ପ୍ରାଇଭେଟ ଅଂଶରେ ଜଳାପୋଡ଼ା ସମସ୍ୟା ଥାଏ ତେବେ ଆଖୁ ରସ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଆଖୁ ରସରେ ଡାଇୟୁରେଟିକ୍ ଗୁଣ ରହିଛି । ମୂତ୍ରାଶୟ ସଂକ୍ରମଣ ସହିତ ଜଡିତ ଅନେକ ସମସ୍ୟାକୁ ସମାଧାନ କରିବାର ସାହାଯ୍ୟ କରିଥାଏ । ଆଖୁ ରସରେ ପ୍ରଚୁର ପରିମାଣରେ ଆଇରନ ରହିଛି । ତେଣୁ ଶରୀରରେ ରକ୍ତ ଅଭାବ ପାଇଁ ଆଖୁ ରସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।-କିଡନୀ ପଥରର ରୋଗୀଙ୍କୁ ଆଖୁ ରସ ପିଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଆଖୁ ରସରେ ଏପରି ଅମ୍ଳୀୟ କ୍ଷମତା ଥାଏ, ଯେଉଁ କାରଣରୁ କିଡନୀ ପଥର ଧୀରେ ଧୀରେ ଛୋଟ ହୋଇ ପରିସ୍ରା ମାଧ୍ୟମରେ ବାହାରକୁ ନିର୍ଗତ ହୋଇଯାଇଥାଏ । କର୍କଟ ରୋଗକୁ ରୋକିବାରେ ଆଖୁ ରସ ଅତ୍ୟନ୍ତ ପ୍ରଭାବଶାଳୀ । ଏହା କର୍କଟ ରୋଗ ପାଇଁ ବିକଶିତ ହେଉଥିବା କୋଷଗୁଡ଼ିକୁ ବଢ଼ିବାରେ ବନ୍ଦ କରିଦିଏ ଓ ଆପଣ କର୍କଟ ରୋଗର ବିପଦରୁ ରକ୍ଷା ପାଇ ପାରିବେ । ଏହା ବ୍ୟତୀତ, ଯଦି ଆପଣ ଏହି ଗୁରୁତର ରୋଗରେ ପୀଡିତ ଅଛନ୍ତି, ତେବେ ଏହା ଆପଣଙ୍କୁ ବିପଦରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗ୍ରୀଷ୍ମ ଋତୁରେ ଯଦି ଆପଣଙ୍କ ଶରୀରରେ ଜଳର ଅଭାବ ଦେଖା ଦିଏ, ତେବେ ପ୍ରତିଦିନ ସକାଳେ ଆଖୁ ରସ ପିଇବା ଆବଶ୍ୟକ । ଆଖୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking