31.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଲେମନ୍ ଗ୍ରାସ୍ ଚା

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଲେମନ୍ ଗ୍ରାସ୍ ଚା

ଭୁବନେଶ୍ଵର: ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । କିନ୍ତୁ ସକାଳୁ ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ତେବେ ସକାଳୁ ସକାଳୁ ଲେମନ୍ ଗ୍ରାସ୍ ଚା ପିଇବାର ଅନେକ ଫାଇଦା ମିଳିଥାଏ । ଏହି ଚା ରେ ଅନେକ ଔଷଧୀୟ ଗୁଣ ଅଛି । ଏହି ଚା କେବଳ ଶକ୍ତି ଏବଂ ସତେଜତା ନୁହେଁ ବରଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |ଲେମନ୍ ଗ୍ରାସରେ ଆଣ୍ଟି-ଇମ୍ପାମେଣ୍ଟାରୀ ଗୁଣ ରହିଥାଏ, ଯାହା ଦରଜ କମ୍ କରିଥାଏ । ଏହାର ତେଲ ଗଣ୍ଠିରେ ମାଲିସ୍ କରିବା ଦ୍ଵାରା ଗଣ୍ଠି ଦରଜରୁ ମୁକ୍ତି ମିଳିଥାଏ । ଲେମନ୍ ଗ୍ରାସର ପତ୍ରକୁ ସିଝାଇ ଚା ଭଳି ପିଇଲେ ଶରୀର ସୁସ୍ଥ ରହିଥାଏ । ଏହାଦ୍ଵାରା ଅଣ୍ଟା ଦରଜ ଏବଂ ଶରୀରର ଅନ୍ୟ ଯନ୍ତ୍ରଣା ଦୂର ହୋଇଥାଏ । ଲେମନ୍ ଗ୍ରାସରେ ସିଟ୍ରଲ ନାମକ ତତ୍ତ୍ଵ ରହିଛି, ଯାହା ଚିନ୍ତା ଦୂର କରିବା ସହ ମନକୁ ସତେଜ ରଖିଥାଏ । ଏଥିରେ ଥିବା ଫାଇଟୋ-ନ୍ୟୁଟ୍ରିଏଣ୍ଟ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ । ଯାହା ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ । ଯଦି ଆପଣଙ୍କୁ ଥଣ୍ଡା କାଶ ଦେବା ଯୋଗୁଁ ନିଶ୍ଵାସ ନେବାରେ ଅସୁବିଧା ହେଉଛି, ତେବେ ଏହି ଲେମନ୍ ଗ୍ରାସ୍ ଚା ପିଇବା ଦ୍ଵାରା ଅନେକ ଲାଭ ମିଳିଥାଏ । ଏହାକୁ ବ୍ୟବହାର କରିବା ଦ୍ଵାରା ଶରୀରରେ ଶରୀରରେ ଇମ୍ୟୁନିଟି ବଢିଥାଏ । ଲେମନ୍ ଗ୍ରାସ୍ ଶରୀରରୁ ୟୁରିକ ଏସିଡ୍ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ । କିଡନୀ ଏବଂ ଲିଭରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking