ବ୍ରହ୍ମପୁର: ବୈଦ୍ୟନାଥପୁରା ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ଛକ ନିକଟରେ ଥିବା ଦିନଟି ଦୋକାନରୁ କିଛି ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କା ସହ ଅନେକ ସାମଗ୍ରୀ ଚୋରି କରିଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅପମ୍ଭ କରିଛି । ଏହା ସହ ଦୋକାନର କଟା ଯାଇଥିବା ତାଲାକୁ ପୁଲିସ ଜବତ କରିଛି । ଅନ୍ୟପକ୍ଷରେ ଗୋଟିଏ ଦୋକାନରେ ଲାଗିଥିବା ଡିଭିଆର୍କୁ ଦୁବୃର୍ତ୍ତ ଚୋରି କରି ନେଇ ଯାଇଥିବା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଇଞ୍ଜିନିୟରିଂ ଛକ ନିକଟରେ ସାଇ କୃପା ହୋଟେଲ, ସାଇଲ୍ ଏଜେନ୍ସି ଓ ଏକ ପାନ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସବୁଦିନ ପରି ଗତ କଲି ରାତିରେ ଉପରୋକ୍ତ ୩ଟି ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଆଜି ସକାଳେ ସେମାନେ ଦୋକ ଖୋଲିବାକୁ ଆସିଥିବା ବେଳେ ଦୋକାନରେ ପଡ଼ିଥିବା ତାଲା କଟା ହୋଇଥିବା ଦେଖିବାକୁ ପାଇଥିଲେ । ଦୋକାନ ଭିତରକୁ ଯାଇ ଦେଖିବା ବେଳକୁ ଦୋକାନର ଅନେକ ସାମଗ୍ରୀ ଏଣେତେଣେ ହୋଇ ପଡ଼ିଥିବ ବେଳେ ଦୋକାନରେ ଥିବା ଅନେକ ସାମଗ୍ରୀ ଓ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସାଇ କୃପା ହୋଟେଲ ମାଲିକ କହିବା ଅନୁଯାୟୀ ସେ ଗତ କାଲି ବ୍ୟାଙ୍କରୁ ୨୦ ଟଙ୍କିଆ ନୋଟ, ଦୁଇଟଙ୍କା ଓ ପାଞ୍ଚ ଟଙ୍କା କଇନ୍ ଏଭଳି ୪୦ ହଜାର ଟଙ୍କା ଆଣିଥିଲେ ।
ଏହା ସହ ପୂର୍ବରୁ ଦୋକାନରେ ୫୦ରୁ ୭୦ ହଜାର ଟଙ୍କା ରହିଥିଲା । ଏଭଳି ଦୋକାନରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ତାଙ୍କ ଥିଲା । ଗତ କାଲି ରାତିରେ ଚୋର ଦଳ ତାଙ୍କ ଦୋକାନର ପଛ ଗ୍ରିଲ୍ର ତାଲା କାଟି ଦୋକାନ ଭିତରେ ପ୍ରବେଶ କରିଥିଲେ । ଏବଂ ଦୁବୃର୍ତ୍ତମାନେ ଦୋକାନର ଡ୍ର’ ଭାଙ୍ଗି ଉକ୍ତ ଟଙ୍କା ଚୋରି କରିଥିବା ହୋଟେଲ ମାଲିକ ମହେଶ୍ୱର ଭୂୟାଁ କହିଛନ୍ତି । ସେହିପରି ତାଙ୍କ ପଡୋଶୀରେ ଥିବା ସାହିଲ୍ ଏଜେନ୍ସି ନାମକ ଏକ ଦୋକାନରୁ ମଧ୍ୟ ଦୁବୃର୍ତ୍ତ ସଟ୍ରର ତାଲା କାଟି ଦୋକାନରେ ଲାଗିଥିବା ସିସିଟିଭିର ଡିଭିଆର୍ ମେସିନ୍, ନଗଦ ୧୦ ହଜାର ଟଙ୍କା, ୧୮ ହଜାର ଟଙ୍କାର ଅଣ୍ଡରୱୟର(ରୂପା ଫ୍ରଣ୍ଟ ଲାଇନ୍), ଗୋଟିଏ ୱାଇଫାଇ ମଡୋମ ଓ ୮ରୁ ୧୦ଟି ବ୍ୟାଗ୍ ଚୋରମାନେ ଚୋରି କରି ନେଇଥିବା ମାଲିକ ନିଶିତ୍ ରଞ୍ଜନ ନାୟକ କହିଛନ୍ତି ।
ସେହିପରି ପାଖରେ ଥିବା ଏକ ଚା’ ଦୋକାନ ମଧ୍ୟ କିଛି ସାମଗ୍ରୀ ସହ ଟାଙ୍କ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଗୋଟିଏ ରାତ୍ରୀରେ ଚୋର ଦଳ ୩ଟି ଦୋକାନରୁ ପ୍ରାୟ ଲକ୍ଷାଧିକ ତାଙ୍କ ସହ ଅନେକ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବୈଦ୍ୟନାଥପୁରା ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅପମ୍ଭ କରିଛି । ଏହା ଆଖପାଖରେ ଲାଗିଥିବା ସିସିଟିଭି ଫଟେଜ୍କୁ ଯାଞ୍ଚ କରୁଥିବା ପୁଲିସ କହିଛି ।