27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟରଙ୍କ ଇସ୍ତଫା

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟରଙ୍କ ଇସ୍ତଫା

ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍ । ହରିୟାଣାରେ ନୂଆ ସରକାର ଗଠନ ନେଇ ସମ୍ଭାବନା । ମନୋହର ଲାଲ୍‌ଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ଆଉ କିଛି ସମୟ ଭିତରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ସଞ୍ଜୟ ଭାଟିଆ କିମ୍ବା ନାଏବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ସେପଟେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ଏହାର ଅର୍ଥ ମନୋହରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପି ଲୋକସଭା ନିର୍ବାଚନରେ ଲଢିବାକୁ ପ୍ରସ୍ତୁତି କରିଛି। ୨୦୨୪ ନଭେମ୍ବରରେ ହରିୟାଣା ବିଧାନସଭାର କାର୍ୟ୍ୟକାଳ ଶେଷ ହେଉଛି ।ହରିୟାଣାରେ ବିଜେପି ଓ ଜେଜେପି ମେଣ୍ଟ ସରକାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking