29.1 C
Bhubaneswar
Thursday, July 4, 2024
Homeଅପରାଧନାବାଳିକାକୁ ଦୁଷ୍କର୍ମ: ଧରାପଡ଼ିଲା ଫେରାର ନାବାଳକ

ନାବାଳିକାକୁ ଦୁଷ୍କର୍ମ: ଧରାପଡ଼ିଲା ଫେରାର ନାବାଳକ

ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଜନୈକା ନାବାଳିକା ଚନ୍ଦା ବିଲାରେ ନିଜ ମାମୁଘରେ ରହି ପାଠ ପଢୁଥିବାବେଳେ ସେହି ଅଞ୍ଚଳର ଜଣେ ନାବାଳକ ସହିତ ସମ୍ପର୍କ ରଖି ପରେ ଛ’ ମାସର ଗର୍ଭବତୀ ହୋଇଛନ୍ତି । ଏନେଇ ପୀଡ଼ିତାଙ୍କ ପରିବାର ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ସମ୍ପୃକ୍ତା ନାବାଳିକାକୁ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇ ଥିଲା । ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ  ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ ଏସ.ଆଇ.ଲକ୍ଷ୍ମଣ ମୁର୍ମୁ ଓ ଏସ.ଆଇ ସୁମନ୍ତ କୁମାର ସେଠୀ ଚଢ଼ାଉ କରି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏକ ଘରୋଇ ଫାର୍ମ ହାଉସରେ କାର୍ଯ୍ୟରତ ଥିବା ସମୟରେ ୧୬ ବର୍ଷ ବୟସର ଅଭିଯୁକ୍ତ ନାବାଳକକୁ ନେଇ ଆଜି ଅପରାହ୍ନରେ ବାରିପଦା ସ୍ଥିତ ଜୁଭେନାଇଲ୍ ଅଦାଲତରେ ହାଜର କରାଯାଇଛି । ନାବାଳିକାକୁ ସୁଧାର ଗୃହରେ ରଖାଯାଇଥିବା ବେଳେ ଅଭିଯୁକ୍ତ ନାବାଳକକୁ ରାଉରକେଲା ସ୍ଥିତ ବାଳ ଅପରାଧ ସୁଧାର ଗୃହକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking