32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗାଜାରେ ଧ୍ବଂସ ହେଉଛି ହମାସ ଠିକଣା: ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା

ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା: ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ : ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା । ଶତ୍ରୁ ପକ୍ଷର ଅନେକ ସୁଡ଼ଙ୍ଗ ସହ ବହୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କଲାଣି । ଆଇଡିଏଫର ପ୍ରଚଣ୍ଡ ଆକ୍ରମଣ ପରେ ଗାଜା ଷ୍ଟ୍ରିପରୁ ନିୟନ୍ତ୍ରଣ ହରାଉଛି ହମାସ। ଯୁଦ୍ଧ ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜିମିନ ନେତାନ୍ୟାହୂଙ୍କୁ ଭେଟିଛନ୍ତି ଆମେରିକା କଂଗ୍ରେସର ବୈଦେଶିକ ବ୍ୟାପାର ସମ୍ପର୍କିତ ପ୍ରତିନିଧି ଦଳ ।

ଆମେରିକାର ରିପବ୍ଲିକାନ୍ ଓ ଡେମୋକ୍ରାଟ୍ ପାର୍ଟିର ଉଭୟ ନେତା ନେତାନ୍ୟାହୂଙ୍କୁ ଭେଟି ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି । ଯୁଦ୍ଧ ସ୍ଥିତି ନେଇ ସେମାନେ ଆଲୋଚନା କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ କହି ସାରିଛନ୍ତି, ଇସ୍ରାଏଲ ନାଗରିକଙ୍କ ମୁକ୍ତି ଯାଏ ଯୁଦ୍ଧ ଚାଲିବ । ପଣବନ୍ଦୀଙ୍କ ମୁକ୍ତି ବିନା ଅସ୍ତ୍ରବିରତିର ପ୍ରଶ୍ନ ଉଠୁନି । ଆଗକୁ ଉତ୍ତର ଗାଜାରେ ଅପେରସନକୁ ଜୋରଦାର କରିବ ଇସ୍ରାଏଲ୍ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗଲାଣି ୧୧ ହଜାରରୁ ଅଧିକ ଜୀବନ । ଏମାନଙ୍କ ଭିତରେ ୪ହଜାର ୫୦୦ରୁ ଅଧିକ ଶିଶୁ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking