ନୂଆଦିଲ୍ଲୀ: ଏମ୍ସ ପରେ ଅନଲାଇନ୍ ଠକମାନେ ଏବେ ରେଲୱେର ୱେସାଇଟ୍ ଉପରେ ଆଟାକ୍ କରିଛନ୍ତି । ଭାରତୀୟ ରେଲୱେର ପ୍ରାୟ ୩ କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି । ଏବେ ସୁଦ୍ଧା ହ୍ୟାକରଙ୍କୁ ଚିହ୍ନଟ କରାଯାଇ ନାହିଁ, କିନ୍ତୁ ଡିସେମ୍ବର ୨୭ ରେ ଜଣାପଡିଛି ଯେ ଏହି ବ୍ୟବହାରକାରୀଙ୍କ ତଥ୍ୟ ଏକ ହ୍ୟାକର ଫୋରମରେ ବିକ୍ରି ହେଉଛି । ଡାଟା ବିକ୍ରି କରୁଥିବା ଲୋକ ଶ୍ୟାଡୋ ହ୍ୟାକର ନାମରେ ସୂଚନା ଦେଇଛି ।
ଲିକ୍ ହୋଇଥିବା ତଥ୍ୟରେ ଦୁଇ ପ୍ରକାରର ସୂଚନା ସାମିଲ ରହିଛି । ଗୋଟିଏ ହେଉଛି ଉପଭୋକ୍ତାଙ୍କର ଡାଟା ଏବଂ ଅନ୍ୟଟି ହେଉଛି ଟିକେଟ୍ ବୁକିଂର ଡାଟା । ଉପଭୋକ୍ତା ଡାଟାରେ ନାମ, ଇ-ମେଲ୍, ଫୋନ୍ ନମ୍ବର, ରାଜ୍ୟ ଏବଂ ଭାଷା ଅନ୍ତର୍ଭୁକ୍ତ ହୋଇଥିବାବେଳେ ବୁକିଂ ଡାଟାରେ ଯାତ୍ରୀଙ୍କ ନାମ, ମୋବାଇଲ୍ ନମ୍ବର, ଟ୍ରେନ୍ ନମ୍ବର, ଯାତ୍ରା ବିବରଣୀ, ଇନଭଏସ୍ ପିଡିଏଫ୍ ସାମିଲ ହୋଇଛି ।