ରାୟଗଡ : ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପରିଷଦ ର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ,ଉପଖଣ୍ଡ ଆବାହକ ଶକ୍ତି ଦଶ,ଗୁଣପୁର ବ୍ଲକ ଆବାହକ ଜାମେଶ ଶବର,ପୋୖରାଞ୍ଚଳ ଆବାହକ ଆଲଲୀୟ ଗମାଙ୍ଗ, ସଦସ୍ୟ ସିପନ ଶବର ମିଲନୀତା ମଣ୍ଡଳ, ଓ ଯମୁନା କଣ୍ଡା ଗରୀ ଙ୍କ ଦସ୍ତଖତ ଥାଇ ଏକ ସ୍ମାରକପତ୍ର ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବନ୍ଦରଙ୍କୁ ସାକ୍ଷାତ କରି ଦିଆଯାଇଛି । ଏଥିରେ ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଣପୁର, ରାମନାଗୁଡା, ପଦ୍ମପୁର, ଗୁଡାରୀ ବ୍ଲକ ରେ ବସତି ସ୍ଥାପନ କରୁଥିବା ଆଦିବାସୀ ଓ ଦଳିତ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ବାରମ୍ବାର ପାରିଷଦ ପକ୍ଷରୁ ଆନ୍ଦୋଳ।ତ୍ମକ ପନ୍ଥା ଆପଣେଇଥିଲେ ମଧ୍ୟ ଆଦିବାସୀ ଓ ଦଳିତ ପରିବାର ବର୍ଗଙ୍କୁ ବର୍ତ୍ତମାନ ଯାଏଁ ଜମିପଟ୍ଟା ପ୍ରଦାନ କରାଯାଇ ନଥିବାରୁ ଯଥା ଶୀଘ୍ର ପଟ୍ଟା ପ୍ରଦାନ କରିବା ନିମନ୍ତେ,ରାମନାଗୁଡା ବ୍ଲକ ଅଧିନସ୍ଥ ଉକମ୍ବା ଗ୍ରାମ ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ଦାବୀ କରାଯାଇଛି । ଏଥିପୂର୍ବରୁ ଉକମ୍ବା ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବା ଦାବିରେ ରାୟଗଡ ଠାରେ ପ୍ରତୀକ ଅନଶନ କରାଯାଇଥିବାରୁ ତତ୍କାଳୀନ ଉପ ଜିଲ୍ଲାପାଳ ମାନ୍ୟବର ଅମରିତ ରତୁରାଜ ଙ୍କ ସମୟରେ ଉକମ୍ବା ପଞ୍ଚାୟତ ରେ ମଦାବିକ୍ରି ବନ୍ଦ ହୋଇଗଲା । ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ରୀ ଋତୁରାଜ ଙ୍କ ବଦଳୀର କଛି ମାସ ପରେ ପୁଣିଥରେ ମଦାବିକ୍ରି ଆରମ୍ଭ ହୋଇଛି ।ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଜମିଜଙ୍ଗଲ ପଟ୍ଟା ପ୍ରଦାନ ଦବୀରେ ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିବାରୁ ଏନେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ । ଗୁଣପୁର ପୋୖର ପରିଷଦରେ ଦେଖା ଦେଇଥିବା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଏନେଇ ପାରିଷଦ ର ଉପଖଣ୍ଡ କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଛି । ତଥାପି କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଏଯାବତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପାରିଷଦ କ୍ଷୋଭ ପ୍ରକଟ କରାଯାଇଛି । ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଏହି ଦାବୀ ଗୁଡିକ ଆଗାମୀ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ପୁରଣ କରାନଯାଏ ତେବେ ପରିଷଦ ପକ୍ଷରୁ ଅ କ ଟୋ ବ ର ୨ ଗାନ୍ଧୀ ଜୟନ୍ତୀ ଦିନ ନୂତନ ବସ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଓ ଧର୍ମଘଟ କରିବେ ବୋଲି ପାରିଷଦ ର ଆବାହକ ପ୍ରଦୀପ ଦାଶ ଏବଂ ବୋମାଲି କାନ୍ତା ରାଓ ମିଳିତ ଭାବେ ପାରିଷଦ ପକ୍ଷରୁ ଚେତାବନୀ ଦେଇଛନ୍ତି ।