32.1 C
Bhubaneswar
Friday, October 18, 2024
Homeଅପରାଧବିଲରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ: ୫ ମୃତ, ଅନେକ ଆହତ

ବିଲରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ: ୫ ମୃତ, ଅନେକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୫ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି । ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ରେଡା ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ସିଭିଲ ଲାଇନ ଥାନା ଅଞ୍ଚଳରେ ରେଡା ଗାଁରେ ପାଲ ଏବଂ ଡାଙ୍ଗି ସମ୍ପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ବିଲରେ ଜନ୍ତୁ ଚରାଇବାକୁ ନେଇ ଝଗଡା ହୋଇଥିଲା । ଏହି ଝଗଡାକୁ ନେଇ ଗାଁରେ ପଞ୍ଚାୟତ ଡକାଯାଇଥିଲା । ଏହି ସମୟରେ ଡାଙ୍ଗି ଏବଂ ପାଲ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗୁଳି ବିନିମୟ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫ ଜଣ ଏଥିରେ ଆହତ ହୋଇଥିବା ଜଣାପଡିଛି । ଆହତ ହୋଇଥିବା ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ନିୟୋଜିତ ରହିଛି । ଏହା ପୂର୍ବରୁ ବିହାରର ମୁଜଫରପୁରରେ ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇ ହତ୍ୟା କରାଯାଇଥିଲା । ବିଳମ୍ବିତ ରାତିରେ ଜଣେ ଓକିଲଙ୍କ ଘରେ ପଶି ୫ଜଣଙ୍କୁ ଗୁଳି କରାଯାଇଥିଲା। ଯେଉଁଥିରେ ଜଣେ ଜମିବାଡି ଡିଲର ଏବଂ ଜଣେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାକୁ ନେଇ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ କମଲନାଥ ରାଜ୍ୟ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking