ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଗଲା କି ? ହେଲେ ୟୁକ୍ରେନ ବୋମାମାଡ କରି ସୀମା ପୋଷ୍ଟକୁ ଉଡାଇ ଦେଇଥିବା ରୁଷ ଦାବି କରିଛି। ଏହା ପୂର୍ବରୁ ୟୁକ୍ରେନ ମଧ୍ୟ ଅନେକ ଥର ଦାବି କରି ସାରିଛି। ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଆମ ଦେଶର ଜନତାଙ୍କ ଉପରେ ଆକ୍ରମଣ କରି ସାରିଛି।
ତେବେ ୟୁକ୍ରେନ ଆମ ସୀମା ପୋଷ୍ଟ ଉପରେ ପ୍ରଥମ ଥର ଆକ୍ରମଣ କରିଥିବା ରୁଷ କହିଛି। ତେବେ ରୁଷ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ପାଶ୍ଚାତ୍ୟ ଦେଶଗୁଡିକ ଆଶଙ୍କାରେ ରହିଛି। କାରଣ ରୁଷ ୟୁକ୍ରେନ ସୀମାରେ ପ୍ରାୟ ଦେଢ ଲକ୍ଷ ସୈନିକ ସହ ଟ୍ୟାଙ୍କର, ମାରଣାସ୍ତ୍ର ସବୁ ମୁତୟନ କରି ସାରିଛି। ପାଶ୍ଚାତ୍ୟ ଦେଶମାନଙ୍କ କହିବା କଥା ହେଲୋ ରୁଷ ଆକ୍ରମଣ କରେ ତେବେ ମସ୍କୋ ବିରୋଧରେ ବ୍ୟାପକ କଟକଣା ଲଗାଯିବ। କିନ୍ତୁ ରୁଷ କୌଣସି ପ୍ରକାରର ଆକ୍ରମଣ ଖବରକୁ ଖଣ୍ଡନ କରି ଆସିଛି।