27.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗମ୍ୟାପିଂ ପଲିସିରେ ପରିବର୍ତ୍ତନ ନେଇ ସରକାରଙ୍କ ଘୋଷଣା

ମ୍ୟାପିଂ ପଲିସିରେ ପରିବର୍ତ୍ତନ ନେଇ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ମ୍ୟାପିଂ ପଲିସିରେ ପରିବର୍ତନ ପାଇଁ ଘୋଷଣା କରିଛନ୍ତି । ଯାହା ଭାରତୀୟ କମ୍ପାନୀମାନଙ୍କ ପାଇଁ ଲାଭଦାୟକ ହେବ । ସରକାରଙ୍କ ଆତ୍ମନିର୍ଭର ଭାରତ ଭିଜନକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତନ କରାଯାଇଛି । ଟ୍ୱିଟରରେ ଏହି ତଥ୍ୟ ଘୋଷଣାକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ ଦୃଷ୍ଟି କୋଣରେ ନୀତି ପରିବର୍ତନ ଏକ ବୃହତ ପଦକ୍ଷେପ । ସରକାର ଏପିର ନିଷ୍ପତ୍ତି ନେଇଛନ୍ତି, ଯାହା ଡିଜିଟାଲ ଇଣ୍ଡିଆକୁ ଏକ ବଡ ପ୍ରେରଣା ଯୋଗାଇବ । ଭୌଗୋଳିକ ତଥ୍ୟ ହାସଲ ତଥା ଉତ୍ପାଦନ ନିୟନ୍ତ୍ରଣ କରୁଥିବା ନୀତିଗୁଡିକ ଉଦାରବାଦୀ କରିବା ଆତ୍ମନିର୍ଭଶୀଳ ଭାରତ ପାଇଁ ଏକ ବଡ ପଦକ୍ଷେପ । ଏହି ସଂସ୍କାର ଆମ ଦେଶର ଷ୍ଟାର୍ଟ ଅପ, ବେସରକାରୀ କ୍ଷେତ୍ର, ସାର୍ବଜନୀନ କ୍ଷେତ୍ର ଏବଂ ଅନୁସନ୍ଧାନ ପ୍ରତିଷ୍ଠାନଗୁଡିକ ପାଇଁ ଉଦ୍ଭାବନ ଏବଂ ମାପନୀୟ ସମାଧାନ ଗଠନ ପାଇଁ ଅତୁଳନୀୟ ସୁଯୋଗ ସୃଷ୍ଟି କରିବ । ଏହା ମଧ୍ୟ ରୋଜଗାର ସୃଷ୍ଟି କରିବ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନିତ୍ୱ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟରରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଓ ସ୍ପାଟିଆଲ ଓ ରିମୋଟ ସେନ୍ସିଂ ଡାଟା ବ୍ୟବହାର କରି ଦେଶର କୃଷକମାନେ ଉପକୃତ ହେବେ । ଏହି ସଂସ୍କାର ଭାରତରେ ବ୍ୟବସାୟ କରିବାରେ ସହଜତାକୁ ସୁଦୃଢ କରାଇବ । ସରକାର ଘୋଷଣା କରିଥିବା ମୂଳ ପରିବର୍ତନ ଅନୁଯାୟୀ, ବିଶ୍ୱରେ ଯାହା ସହଜରେ ଉପଲବ୍ଧ, ତାହା ଭାରତରେ ସୀମିତ ରହିବା ଉଚିତ ନୁହେଁ । ତେଣୁ ଭୌଗଳିକ ତଥ୍ୟ ଯାହା ପୂର୍ବରୁ ସୀମିତ ଥିଲା ତାହା ବର୍ତମାନ ଭାରତରେ ମୁକ୍ତ ଭାବରେ ଉପଲବ୍ଧ ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଜଣାପଡିଛି । ପରିବର୍ତନଗୁଡିକ ଅନାବଶ୍ୟକ ରେଡ ଟେପ ଓ ନୂତନତ୍ୱରେ ଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇବାକୁ ଚେଷ୍ଟା କରିବ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, ନିଗମ ଓ ଉଦ୍ଭାବକମାନେ ଆଉ ପ୍ରତିବନ୍ଧକ ଅଧିନ ନୁହଁନ୍ତି କିମ୍ବା ଭାରତ ପରିସରରେ ଡିଜିଟାଲ ଜିଓ ସ୍ପାଟିଆଲ ଡାଟା, ଉତ୍ପାଦନ, ବିସ୍ତାର, ସଂରକ୍ଷଣ ଆଦି ପୂର୍ବରୁ ସେମାନେ ପୂର୍ବ ଅନୁମୋଦନ ଆବଶ୍ୟକ କରନ୍ତିନି । ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଭାରତ ଏକ ମ୍ୟାପିଂ ଶକ୍ତି ଭାବରେ ଉଭା ହେବାକୁ ସରକାର ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking