ଅଯୋଧ୍ୟା : ବୁଧବାର ଅଯୋଧ୍ୟା ରାମ ମନ୍ଦିର ଯାଇ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ରାମ ଲଲାଙ୍କ ଦର୍ଶନ କରିଛନ୍ତି। ଏନେଇ ଏକ୍ସରେ ଏକ ପୋଷ୍ଟ କେରଳ ରାଜ ଭବନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟପାଳ ଅରିଫ ମହମ୍ମଦ ଖାନ ଗଣମାଧ୍ୟମକୁ କହିଛନ୍ତି, ଜାନୁଆରୀ ମାସରେ ମୁଁ ଦୁଇ ଥର ଅଯୋଧ୍ୟା ଯାଇଥିଲି। ସେତେବେଳେ ସେଠାକୁ ଯାଇ ଯେମିତି ଅନୁଭବ କରିଥିଲି, ଏବେ ବି ସେମିତି ଅନୁଭବ କରୁଛି। ମୁଁ ଅନେକ ଥର ଅଯୋଧ୍ୟା ଯାଇଛି। ଅଯୋଧ୍ୟକୁ ଯିବା ଓ ଶ୍ରୀରାମଙ୍କୁ ପୂଜା କରିବା ଆମ ପାଇଁ କେବଳ ଏକ ଖୁସିର କଥା ନୁହେଁ, ଏହା ଏକ ଗର୍ବର କଥା।