27.1 C
Bhubaneswar
Sunday, September 29, 2024
Homeଓଡିଶାସରକାରଙ୍କ ପୋଷା ହାତୀ ଶୋଭାର ମୃତ୍ୟୁ

ସରକାରଙ୍କ ପୋଷା ହାତୀ ଶୋଭାର ମୃତ୍ୟୁ

ମୟୁରଭଞ୍ଜ:  ଶିମିଳିପାଳରେ ପୁଣି ହାତୀ ମୃତ୍ୟୁ। ଆବଶ୍ୟକ ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ସାଧୁତା, ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାତ୍ର ଅଧିକାରୀଙ୍କୁ ସୁରକ୍ଷିତ କରିବା ପାଇଁ ତଳିଆ କର୍ମଚାରୀ ଟାର୍ଗେଟରେ। ବାସ୍ତବତା ବଦଳରେ କାଗଜପତ୍ରରେ ଚାଲିଛି ସରକାରୀ କାମ। ଯାହା ଉପରୁ ପରଦା ହଟାଇଛନ୍ତି ଦାୟିତ୍ବରେ ଥିବା ମାହୁନ୍ତ। ଆଉ ସାମ୍ନାକୁ ଆସିଛି ଦୁଃଖଦ ଘଟଣା ଶିମିଳିପାଳରେ ନିୟୋଜିତ ଥିବା ପୋଷାହାତୀ ଶୋଭାର ମୃତ୍ୟୁ। ଖାଦ୍ୟ ଅଭବାରୁ ମୃତ୍ୟୁ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଦାଇତ୍ୱରେ ଥିବା ଅସ୍ଥାୟୀ ହାତୀ ମାହୁନ୍ତ ତଥା ଅସ୍ଥାୟୀ ବନ କର୍ମଚାରୀ ଶାଙ୍ଖ ମାହାଲି । ପ୍ରତିକ୍ରିୟା ଦେଇ କହିଛନ୍ତି କି ଦାଇତ୍ଵରେ ଥିବା ରେଞ୍ଜର ଶିଵଶଙ୍କର ସାମଲ ଜେନାବିଲରେ ରହୁଥିବା ଶୋଭା,ଭବାନୀ ଏବଂ ବବୁଲ ଖାଦ୍ୟ ଅଭାବରୁ ମୃତ୍ୟୁ ହଇଥିବାନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ଦୁଇଦିନ ପୂବରୁ ଅସୁସ୍ଥ ଥିବାବେଳେ ଆଜି ମୃତ୍ୟୁ ବରଣ କରିଛି ହାତୀ ।

ଏସିଆର ଦ୍ବିତୀୟ ଜୈବମଣ୍ଡଳ ହେଉଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ଶିମିଳିପାଳ।୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଜୈବମଣ୍ଡଳ। ଶିମିଳିପାଳ ହେଉଛି ବ୍ୟାଘ୍ର ଏବଂ ହସ୍ତୀ ପ୍ରକଳ୍ପ । ମୟୂରଭଞ୍ଜ ଜିଲ୍ଲାର ବେଶ କିଛି ସୁନାମ ଅର୍ଜନ କରିଥିବା ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକରୁ ଅଣାଯାଇଥିଲା ତିନୋଟି ପୋଷା ହାତୀ । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମଧ୍ୟରୁ ଗୋଟିଏ ଦନ୍ତାହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଅଭୟାରଣ୍ୟ ସୁରକ୍ଷା ଦୃଷ୍ଟିରୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଶିବାନୀ(ଝିଅ) ଓ ରାଜକୁମାର (ପୁଅ) ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଜନ୍ମ ହେଇଥିଲା ଲଷ୍ମୀ ହାତୀ । ତାର ଦେହ ଖରାପ ଯୋଗୁ ମୃତ୍ୟୁ ହେଇଥିଲା । ପରେ ଶିମିଳିପାଳର ବିଭିନ୍ନ ସ୍ଥାନରେ ହାତୀ ଗୁଡିକୁ ରଖିଥିଲେ । ବିଶେଷ କରି ଗୁଡ଼ଗୁଡ଼ିଆରେ ହାତୀ ପିଠିରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ହାତୀମାନଙ୍କ ଖାଇବା ଓ ପିଇବା ପାଇଁ ମଧ୍ୟ ବନବିଭାଗ ଅନେକ ଗୁରୁତ୍ୱ ଦେଇଥାନ୍ତି । ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ମାହୁନ୍ତ ମଧ୍ୟ ଅଛନ୍ତି । ଯେଉଁମାନେ କି ହାତୀର ଭଲମନ୍ଦ କଥା ବୁଝିଥାନ୍ତି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଅନେକ ସ୍ଥାନରେ ଚଲାପଥ ନାହିଁ ଯାହା ଫଳରେ ହାତୀ ପିଠିରେ ବନବିଭାଗ କର୍ମଚାରୀ ବସି ବନ୍ୟଜନ୍ତୁ ଶିକାର ରୋକିବା ଏବଂ କାଠ ଚୋରି ରକିବା ପାଇଁ ନିୟୋଜିତରେ ରହୁଥିଲେ ।

ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ପୋଷା ହାତୀ ଭବାନୀ, ଶିବାନୀ, ବବୁଲୁ, ଶୋଭା ଜେନାବିଲ ରେଞ୍ଜ ଅଞ୍ଚଳରେ ଅଛନ୍ତି । ଆଜି ଶିମିଳିପାଳରେ ପୋଷା ହାତୀର ମୃତ୍ୟୁ ହେଇଛି। ଶିମିଳିପାଳ ଜେନାବିଲ ରେଞ୍ଜରେ କୁଙ୍କି ହାତୀ ଶୋଭାର ମୃତ୍ୟୁ ହୋଇଛି। ୨୦୦୨ ରୁ ଶିମିଳିପାଳରେ କୁଙ୍କି ହାତୀ ଭାବେ ନିୟୋଜିତ ଥିଲା ଶୋଭା। ହାତୀର ବୟସ ପ୍ରାୟ ୬୫ରୁ ଉର୍ଦ୍ଧ୍ବ ହୋଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଦିର୍ଘଦିନରୁ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଶୋଭା ଆଜି ମୃତ୍ୟୁ ବରଣ କରିଥିବାରୁ ପରିବେଶ ପ୍ରେମି ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking