23.1 C
Bhubaneswar
Monday, December 23, 2024
Homebuisnessଡିସେମ୍ବର ମାସରେ ବୃଦ୍ଧି ପାଇଲା ସରକାରଙ୍କ ଜିଏସଟି ଆଦାୟ; ଜାଣନ୍ତୁ କେତେ?

ଡିସେମ୍ବର ମାସରେ ବୃଦ୍ଧି ପାଇଲା ସରକାରଙ୍କ ଜିଏସଟି ଆଦାୟ; ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ରବିବାର ଦିନ ଡିସେମ୍ବର ମାସର ଜିଏସଟି ଆଦାୟର ରିପୋର୍ଟ ଆସିଛି । ଲଗାତର ଭାବେ ୧୦ମାସ ଧରି ଜିଏସଟି ଆଦାୟ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ୨୦୨୧ ଡିସେମ୍ବର ମାସରେ ମଧ୍ୟ ୧,୪୯,୫୦୭ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇ ରେକର୍ଡ କରିଥିଲା । ଏହି କ୍ରମରେ ଯଦି ଦେଖିବା ତେବେ ଜିଏସଟି ବାବଦରେ ସରକାର ଭଲ କଲେକସନ କରୁଛନ୍ତି ।

୨୦୨୦ ଡିସେମ୍ବର ମାସରେ ଜିଏସଟି କଲେକସନ ୧,୪୯,୫୦୭ କୋଟି ଟଙ୍କା ରହିଛି । ଏହା ମଧ୍ୟରେ ସିଜିଏସଟି ବାବଦରେ ୨୬,୭୧୧ କୋଟି, ଏସଜିଏସଟି ବାବଦରେ ୩୩,୩୫୭ କୋଟି ଓ ଆଇଜିଏସଟି ବାବଦରେ ୭୮,୪୩୪ କୋଟି ଟଙ୍କା ରହିଛି । ଏହା ପରେ ସେସ୍ ବାବଦରେ ୧୧,୦୦୫ କୋଟି ଟଙ୍କା ଆଦାୟ ହୋଇଛି । ସେପଟେ ୨୦୨୧ ତୁଳନାରେ ୨୦୨୨ ମସିହାରେ ଜିଏସଟି ବାବଦକୁ ଅଧିକ ୧୫ ପ୍ରତିଶତ କର ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking