କଟକ:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସ୍କୁଲ୍କୁ ସରକାର ନିଜ ଅକ୍ତିଆର୍କୁ ନେବା ପାଇଁ ନିକଟରେ ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଆଗତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନୋଟିସ୍ ଜାରି କରିଛନ୍ତି । । ଏହି ମାମଲାରେ ବୋର୍ଡକୁ ମଧ୍ୟ ଜବାବ ଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତିି ।
ଆବେଦନକାରୀ ସୁଯୋଗ୍ୟ ସାମନ୍ତରାୟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତିି । ନିକଟରେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସ୍କୁଲ୍କୁ ନିଜ ଅକ୍ତିଆର୍କୁ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏପରି ବିଜ୍ଞପ୍ତିକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ପରିଚାଳନା କରୁଛନ୍ତିି ।