33.1 C
Bhubaneswar
Monday, April 27, 2026
Homeଓଡିଶାଦୁଷ୍କର୍ମ ପରି ହୀନ କାର୍ଯ୍ୟକୁ ରୋକିବା ଦିଗରେ ସରକାର ଦୃଢ଼ ହୁଅନ୍ତୁ: ନବୀନ

ଦୁଷ୍କର୍ମ ପରି ହୀନ କାର୍ଯ୍ୟକୁ ରୋକିବା ଦିଗରେ ସରକାର ଦୃଢ଼ ହୁଅନ୍ତୁ: ନବୀନ

ଭୁବନେଶ୍ୱର: ଦେବଗଡ଼ରେ ୫ ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଦେଶ ୭୭ ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦେବଗଡ଼ରେ ୫ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ଦୁଃଖଦ ଓ ସ୍ପର୍ଶକାତର ବିଷୟ। ପ୍ରତିଦିନ ରାଜ୍ୟରେ ବଢୁଥିବା ଦୁଷ୍କର୍ମ ପରି ବିଭତ୍ସ ଘଟଣା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସାଧାରଣ ଜନତାଙ୍କୁ ଆତଙ୍କିତ ଏବଂ ବିଚଳିତ କରୁଛି। ସାଧାରଣତନ୍ତ୍ର ଦିବସରେ ସମୃଦ୍ଧ, ବିକଶିତ ଓଡ଼ିଶା ଗଠନ ନେଇ ସରକାର ବଡ଼ ଭାଷଣ ଦେଉଛନ୍ତି, ହେଲେ ଆମ ଶିଶୁକନ୍ୟା, ମା’ଭଉଣୀଙ୍କ ସୁରକ୍ଷା ବିନା କ’ଣ ବିକଶିତ ଓଡ଼ିଶା ସମ୍ଭବ କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନବୀନଏହା ସହ ସେ ଆହୁରି ଲେଖିଛନ୍ତି ଯେ ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ସୁରକ୍ଷା ହେଉଛି ସର୍ବୋପରି। ସରକାରଙ୍କ ନିଦ ଏବେ ନ ଭାଙ୍ଗିଲେ ସ୍ଥିତି ଆହୁରି ବିପର୍ଯ୍ୟସ୍ତ ହେବ। ଦୁଷ୍କର୍ମ ପରି ହୀନ କାର୍ଯ୍ୟକୁ ରୋକିବା ଦିଗରେ ସରକାର ଦୃଢ଼ ହୁଅନ୍ତୁ। ସଚେତନତାକୁ ବ୍ୟାପକ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking