27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆଇଟି ନିୟମରେ ବଡ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର

ଆଇଟି ନିୟମରେ ବଡ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଆଇଟି ନିୟମରେ ପରିବର୍ତ୍ତନ କରିଛନ୍ତି । ସଂଶୋଧିତ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତର ସାର୍ବଭୌମତ୍ୱର ନିୟମ ମାନିବାକୁ ବାଧ୍ୟହେବେ । ସୋସିଆଲ ମିଡିଆ ସହ ଜଡିତ ଅଭିଯୋଗର ସମାଧାନ ପାଇଁ ସରକାର ତିନିମାସ ମଧ୍ୟରେ ଏକ ଆପିଲେଟ ପ୍ୟାନେଲ ଗଠନ କରିବେ । ଏହି ପ୍ୟାନେଲ ମେଟା ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ କମ୍ପାନୀଗୁଡିକ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମୀକ୍ଷା କରିବାକୁ ସମର୍ଥ ହେବେ ।
ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୭୨ ଘଣ୍ଟା ମଧ୍ୟରେ ବିବାଦୀୟ ବିଷୟବସ୍ତୁ ହଟାଇବାକୁ ପଡିବ । ୟୁଜର୍ସ ମାନଙ୍କ ପାଇଁ ଅଭିଯୋଗ କରିବା ପାଇଁ ଏକ ଏକ ବ୍ୟବସ୍ଥା ଯୋଗାଇବା ହେଉଛି ଆପିଲେଟ ପ୍ୟାନେଲର ଉଦ୍ଦେଶ୍ୟ । ଯଦି ଜଣେ ୟୁଜର୍ସଙ୍କୁ ବ୍ଲକ୍ କରାଯାଇଛି କିମ୍ବା ତାଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁ ଅଟକାଇ ଦିଆଯାଇଛି, ତେବେ ସେ ୟୁଜର୍ ଅଭିଯୋଗ ଅପିଲେଟ୍ କମିଟିରେ ଆବେଦନ କରିପାରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ ସୂଚନା ପ୍ରଯୁକ୍ତିବିଦ୍ୟା ସଂଶୋଧନ ନିୟମ -୨୦୨୨ କାର‌୍ୟ୍ୟକାରୀ ହେବା ଦିନଠାରୁ ତିନିମାସ ମଧ୍ୟରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏକ କିମ୍ବା ଅଧିକ ଅଭିଯୋଗ ଅପିଲେଟ କମିଟି ଗଠନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking