ନୂଆଦିଲ୍ଲୀ: ଅନଲାଇନ ପୋର୍ଟାଲ ଉପରେ ସରକାରଙ୍କ ବିଶେଷ ଭାବେ ଧ୍ୟାନ ରହିଛି । ବହୁସମୟରେ ସରକାର ଅନେକ ନୂଆ ପୋର୍ଟାଲର ଶୁଭାରମ୍ଭ ବି କରୁଛନ୍ତି।ନିକଟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଚାରିଟି ଅନଲାଇନ ପୋର୍ଟାଲ ଲଞ୍ଚ୍ କରାଯିବ। ଏଥିରେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଭିଡିଓ ଓ ସୂଚନା ସେୟାର କରାଯିବ। ସାଇବର କ୍ରାଇମକୁ ହ୍ରାସ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୂଚନା ସେୟାର କରିବା ପର୍ଯ୍ୟନ୍ତ କ୍ରମାଗତ ଭାବେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଉଠାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ଇଣ୍ଡିଆକୁ ଧ୍ୟାନରେ ରଖି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଉ ଏକ ପଦକ୍ଷେପ ନେଉଛନ୍ତି। ଏହାଦ୍ବାରା ଲୋକଙ୍କୁ ବି ସରକାରଙ୍କ ପଲିସି କ’ଣ କ’ଣ ରହିଛି ସେବିଷୟରେ ସ୍ପଷ୍ଟ ଭାବେ ସୂଚନା ମିଳିପାରିବ। ଏହି ପୋର୍ଟାଲରେ ୟୁଟ୍ୟୁବ ଭଳି ଭିଡିଓ ଅପଲୋଡ କରାଯିବ। ଯାହାକୁ କୌଣସି ବି ବ୍ୟବହାରକାରୀ ସିଧାସଳଖ ଯାଇ ଦେଖି ପାରିବେ। ଏହା ଏକ ପ୍ରକାର ସରକାରଙ୍କ ଅନଲାଇନ ଖବରକାଗଜ ହେବ ବୋଲି କୁହାଯାଉଛି। ଏତଦ ବ୍ୟତୀତ ଏହା ଏମିତି ଏକ ପ୍ଲାଟଫର୍ମ ହେବ ଯେଉଁଥିରେ ସରକାରଙ୍କ ପକ୍ଷରୁ ସମସ୍ତ ବିଜ୍ଞାପନ ସ୍ବୀକାର କରାଯିବ ଓ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୂଚନା ମିଳି ପାରିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି କାର୍ଯ୍ୟକୁ ଶୁଭାରମ୍ଭ କରିବେ ।