24.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶ୫୪ଟି ଚାଇନା ଆପ୍ ବ୍ୟାନ୍ କଲେ ସରକାର

୫୪ଟି ଚାଇନା ଆପ୍ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଚୀନର ଆଉ ୫୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍ କୁ ବ୍ୟାନ୍ କରାଯାଇଥିଲା । ଆଉ ୨୦୨୨ରେ ଏହା ହେଉଛି ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ । ତେବେ ଏହି ଆପ୍ ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଗରୀନା ଫ୍ରୀ ଫାୟାର୍ ଗେମ୍ ବି ସାମିଲ ରହିଛି । କାହିଁକି ନା ପୂର୍ବରୁ ମଧ୍ୟ ଏହି ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଥିଲା । ତେଣୁ ଏହି ଗେମ୍ ଏହି ୫୪ଟି ତାଲିକାରେ ସାମିଲ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ୫୪ଟି ଆପ୍ କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୨୦ଟି ଆପ୍ କୁ ବ୍ୟାନ୍ କରାଗଲାଣି । ସୂଚନାଯୋଗ୍ୟ, ଭାରତ ସରକାର ଦେଶରୁ ଟିକଟକ୍ ଓ ପବଜି ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଆପ୍ କୁ ବ୍ୟାନ୍ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ପବଜି ଭାରତକୁ ପୁଣି ଫେରିଥିଲା । କ୍ରାଫ୍ଟନ୍ ଏକ ନୂତନ କାର୍ଯ୍ୟାଳୟ ଖୋଲିବାରେ ଚୀନୀ ପାର୍ଟନର୍ ଙ୍କ ସହିତ ନିଜ ସମ୍ବନ୍ଧ ଭାଙ୍ଗି ଦେଇଥିଲା । କିନ୍ତୁ ଟିକଟକ୍ ବ୍ୟାନ କରାଯାଇନଥିଲା । ନିଷେଧ ହେବାକୁ ଥିବା ଚୀନା ଆପ୍‌ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା: ସୁଇଟ୍ ସେଲ୍‌ଫି ଏଚ୍‌ଡି’, ‘ବିୟୁଟି କ୍ୟାମେରା- ସେଲ୍‌ଫି କ୍ୟାମେରା’, ‘ଇକ୍ବାଲାଇଜର୍‌ ଆଣ୍ଡ୍‌ ବାସ୍‌ ବୁଷ୍ଟର୍‌’, ‘କ୍ୟାମ୍‌କାର୍ଡ ଫର୍‌ ସେଲ୍‌ସ୍‌ ଫୋର୍ସ ଇଏନ୍‌ଟ୍’. ‘ଆଇସୋଲାଣ୍ଡ୍‌ ୨: ଆସେସ୍‌ ଅଫ୍‌ ଟାଇମ୍‌ ଲାଇଟ୍‌’, ‘ଭିଭା ଭିଡିଓ ଏଡିଟର୍‌’, ‘ଟେନ୍‌ସେଣ୍ଟ୍‌ ଚିଭିୟର୍‌’, ‘ଅନ୍‌ମିଓଜି ଚେସ୍‌’, ‘ଅନ୍‌ଜିଓଜି ଆରେନା’, ‘ଆପ୍‌ଲକ୍‌’ ଏବଂ ‘ଡୁଆଲ୍‌ ସ୍ପେସ୍‌ ଲାଇଟ୍‌’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking