30.1 C
Bhubaneswar
Saturday, May 18, 2024
Homeଓଡିଶାପଣ୍ୟ ଲୋଡିଂରେ ରେକର୍ଡ କଲା ଗୋପାଳପୁର ବନ୍ଦର, ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର...

ପଣ୍ୟ ଲୋଡିଂରେ ରେକର୍ଡ କଲା ଗୋପାଳପୁର ବନ୍ଦର, ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ

ଖଲ୍ଲିକୋଟ : ଗୋପାଳପୁର ବନ୍ଦର ମାନୁଆଲ୍ ମାଧ୍ୟମରେ ଦ୍ରୁତତମ ଲୁହାଥର ଲମ୍ପସ୍ ଲୋଡିଂ ହାସଲ କରିଛି । ଜେଏସ୍ଡବ୍ଲୁ ଷ୍ଟିଲ୍ ଦ୍ୱାରା ମନୋନୀତ ଜାହାଜ ଏମ୍ଭି ରିଚି ସ୍ପିଙ୍ଗରେ ୨୪ ଘଣ୍ଟା ଭିତରେ ୫୯,୧୫୦ ମେଟ୍ରିକ୍ ଟନ୍ ଲୁହାପଥର ଲମ୍ପସ୍ ଲୋଡିଂ କରି ଗୋପାଳପୁର ବନ୍ଦର ଇତିହାସ ସୃଷ୍ଟି କରିଛି । ଗତ ୨୦୨୩ ଜୁଲାଇ ୧୫ ତାରିଖରେ ଘଣ୍ଟା ପିଛା ହାରାହାରି ୨,୧୬୭ ଏମ୍ଟି ଲୋଡିଂ ସହ ଜାହାଜରେ ୮୬,୭୦୦ ଏମ୍ଟି ଲୁହାପଥର ଲୋଡିଂ କରିବା ରେକର୍ଡ ହାସଲ କରିଛି । ଏହି ରେକର୍ଡ ପାଇଁ ଜାହାଜର ମାଷ୍ଟରଙ୍କ ତରଫରୁ ଗୋପାଳପୁର ବନ୍ଦରକୁ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।
ଏହି ସଫଳତା ସମ୍ପର୍କରେ ଏସ୍ପି ପୋର୍ଟ ମେଣ୍ଟେନାନ୍ସର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି ଯେ,”ଆମ ଟିମ୍ର ସଫଳତାକୁ ନେଇ ଆମେ ବେଶ ଗର୍ବିତ । ଏହି ରେକର୍ଡ ଭଙ୍ଗକାରୀ ସଫଳତା ଗୋପାଳପୁର ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ ବିପୁଳ ପରିମାଣର ପଣ୍ୟ ପରିଚାଳନା କ୍ଷମତାର ପ୍ରତିଫଳନ ଅଟେ ।
ଗୋପାଳପୁର ବନ୍ଦର ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଜନାର୍ଦ୍ଦନ ରାଓ କହିଛନ୍ତି ଯେ, ଗୋପାଳପୁର ବନ୍ଦର ଏହାର ଗ୍ରାହକଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛି ଏବଂ ଜାହାଜକୁ ବର୍ଥକୁ ଆଣିବା ପୂର୍ବରୁ ପୂର୍ଣ୍ଣ ଯୋଜନା ସହ ତାହାର ଉପଯୁକ୍ତ ଫିଡିଂ ଏବଂ ସୁରକ୍ଷାର ସହ ଜାହାଜର ଲୋଡିଂକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟର ଶ୍ରେଷ୍ଠ ରେଳ ଓ ସଡ଼କ ସଂଯୋଗ କରୁଥିବା ଗୋପାଳପୁର ବନ୍ଦର ମାଲ ପରିବହନରେ ନିରନ୍ତର ନୂଆ ରେକର୍ଡ ସୃଷ୍ଟି କରୁଛି । ନିକଟରେ ବନ୍ଦର ପକ୍ଷରୁ ଏମ୍ଭି ନିଉ ପ୍ରେଷ୍ଟିଜ୍ରେ ୨୪ ଘଂଟାରେ ୩୨,୦୦୦ ମେଟ୍ରିକ୍ ଟନ୍ କୋଇଲା ଡିସ୍ଚାର୍ଜ କରାଯାଇଥିଲା । ଗୋପାଳପୁର ବନ୍ଦରରେ ଦିନକୁ ୨୦ରୁ ଅଧିକ ରେକ୍ ପରିଚାଳନା କରିବାର କ୍ଷମତା ରହିଛି ଏବଂ ନୌବାଣିଜ୍ୟ କାର୍ଯ୍ୟରେ ଏହି ରେକର୍ଡ ଭଙ୍ଗକାରୀ ପ୍ରଦର୍ଶନ ଏହାକୁ ଏକ ଭରସାଯୋଗ୍ୟ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପଥରେ ପରିଣତ କରିଛି । ଗୋପାଳପୁର ବନ୍ଦର ପୂର୍ବ ଭାରତର ପରବର୍ତ୍ତୀ ସୁପର ବନ୍ଦରରେ ପରିଣତ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking