27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶନୂଆବର୍ଷଠାରୁ ଏହି ଆପ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି ଗୁଗୁଲ୍‌

ନୂଆବର୍ଷଠାରୁ ଏହି ଆପ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି ଗୁଗୁଲ୍‌

ମୁମ୍ବାଇ: ଗୁଗୁଲ୍ ଦୀର୍ଘ ବର୍ଷ ହେବ ଲୋକଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସିଛି । ୨୦୨୦ ମସିହାରେ ବଜାରରେ ଗୁଗୁଲ୍ ଟିଭି ପ୍ଲାଟ୍‌ଫର୍ମକୁ ଲଞ୍ଚ୍ କରିଥିଲା କମ୍ପାନି । ଏହାକୁ ଲଞ୍ଚ୍ କରିବା ସହ କମ୍ପାନି ପ୍ଲେ ମୁଭିଜ୍ ଏବଂ ଟିଭିର ମୋବାଇଲ୍ ଆପ୍‌କୁ ଗୁଗୁଲ୍ ଟିଭି ମୋବାଇଲ୍ ଆପ୍ ସହ ମର୍ଜ କରି ଦେଇଥିଲା । ଅକ୍ଟୋବର ମାସରେ ଗୁଗୁଲ୍ ଆଣ୍ଡ୍ରଏଡ୍ ଟିଭି ଭାବେ ଏହାର ନାମକୁ ବଦଳାଇଥିଲା । ତା’ପରେ ଏହି ଆପ୍ କାମ କରିବା ବନ୍ଦ ହୋଇ ଯାଇଥିଲା । ଗତ କିଛି ସପ୍ତାହ ହେଲା ଏହି ଆପ୍‌କୁ ନେଇ ଲଗାତର ଦ୍ୱନ୍ଦ୍ୱ ଲାଗିରହିଛି । ଏହି ଆପ୍‌ରେ କ୍ଲିକ୍ କରିବା ମାତ୍ରକେ ବ୍ୟବହାରକାରୀ ଆଣ୍ଡ୍ରଏଡ୍ ଟିଭି ସପ୍‌ରେ ପହଞ୍ଚି ଯାଉଛନ୍ତି ।

ଏବେ ଗୁଗୁଲ୍ ଏହି ଆପ୍‌କୁ ବନ୍ଦ କରିବାର ଘୋଷଣା କରିସାରିଛି । ଗୁଗୁଲ୍ ଘୋଷଣା କରିଛି ଯେ ଜାନୁଆରି ମାସ ପରଠାରୁ ପ୍ଲେ ମୁଭିଜ୍ ଏବଂ ଟିଭିକୁ ବନ୍ଦ କରି ଦିଆଯାଉଛି । ପୂର୍ବରୁ ଗୁଗୁଲ୍ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଆପ୍‌କୁ ୧୮ ଟି ସ୍ପାଏ ଲୋନ୍ ଆପକୁ ଡିଲିଟ୍ କରିଦେଇଛି । ଲକ୍ଷ ଲକ୍ଷ ଲୋକ ପ୍ଲେ ଷ୍ଟୋରରୁ ଏହି ଆପଗୁଡ଼ିକୁ ଡାଉନଲୋଡ୍ କରିଥିଲେ । ସଫ୍ଟୱେର୍ କମ୍ପାନୀ ଇଏସ୍‌ଇଟି ଏହା ବିଷୟରେ ଏକ ନୂତନ ରିପୋର୍ଟ ପ୍ରକାଶ କରିଛି । ଜାଣିବାକୁ ମିଳିଛି ଯେ ଏହି ୧୮ଟି ଆପ୍ ‘ସ୍ପାଏ ଲୋନ୍‌’ ଭାବେ କାମ କରୁଥିଲେ । ସୂଚନାରୁ ପ୍ରକାଶ ଯେ ଏହି ଆପ୍‌ଗୁଡ଼ିକ ଋଣ ନେଉଥିବା ଊପଭୋକ୍ତାମାନଙ୍କୁ ବ୍ଲାକମେଲ୍ କରିବା ପାଇଁ ବ୍ୟବହୃତ ହେଉଥିଲା । ତଥ୍ୟ ଆଧାରରେ, ସେମାନେ ଉପଭୋକ୍ତାଙ୍କୁ ଋଣ ପରିଶୋଧ କରିବାକୁ ବାଧ୍ୟ କରୁଥିଲେ ଏବଂ ଅଧିକ ସୁଧ ମଧ୍ୟ ଦାବି କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking