26.1 C
Bhubaneswar
Sunday, September 27, 2026
Homeଦେଶ ବିଦେଶଗୋଆ ଅଗ୍ନିକାଣ୍ଡ: ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ଭ୍ରାତା

ଗୋଆ ଅଗ୍ନିକାଣ୍ଡ: ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ଭ୍ରାତା

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଦିଲ୍ଲୀରେ ପହଞ୍ଚିଲେ ପଳାତକ ଲୁଥ୍ରା ଭ୍ରାତା। ଗୋଆ ଅଗ୍ନିକାଣ୍ଡର ୧୦ ଦିନ ପରେ ପହଞ୍ଚିଲେ। ଦୁଇ ଭାଇଙ୍କୁ କଡା ସୁରକ୍ଷା ବଳୟରେ ଥାଇଲାଣ୍ଡରୁ ଅଣାଯାଇଛି। ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଗୋଆ ନିଆଯିବ। ଡିସେମ୍ବର ୬ ଗୋଆର ଆରପୋରାରେ ନାଇଟ୍ କ୍ଲବ “ବିର୍ଚ ବାଇ ରୋମିଓ ଲେନ୍”ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ନାଇଟ୍ କ୍ଲବ୍‌ର ମାଲିକ ଲୁଥ୍ରା ଭ୍ରାତା ହେଉଛନ୍ତି ସୌରଭ ଓ ଗୌରବ। ଘଟଣା ପରେ ଭାରତ ଛାଡି ଲୁଚି ପଳାଇଥିଲେ ଥାଇଲାଣ୍ଡ। ଡିସେମ୍ବର ୧୧ ​​ତାରିଖରେ ଥାଇଲ୍ୟାଣ୍ଡର ଫୁକେଟର ହୋଟେଲ ଇଣ୍ଡିଗୋରେ ଲୁଥ୍ରା ଭାଇମାନଙ୍କୁ ଅଟକ ରଖାଯାଇଥିଲା। ଡିସେମ୍ବର ୧୨ ତାରିଖରେ ସେମାନଙ୍କୁ ଫୁକେଟରୁ ବ୍ୟାଙ୍କକକୁ ପ୍ରତ୍ୟର୍ପଣ କରାଯାଇଥିଲା।

ଡିସେମ୍ବର ୧୧ ​​ତାରିଖରେ, ଗୋଆ ପୋଲିସର ଉଦ୍ୟମରେ ଲୁଥ୍ରା ଭ୍ରାତାଙ୍କ ପାସପୋର୍ଟକୁ ସ୍ଥଗିତ କରାଯାଇଥିଲା। ସେହି ଦିନ, ରୋହିଣୀ କୋର୍ଟ ଦ୍ୱାରା ସେମାନଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ନାଇଟ୍ କ୍ଲବରେ ନିଆଁ ଲାଗିବା ସମୟରେ ମାଲିକମାନେ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲେ। ଗୋଆ ପୋଲିସର ସୂଚନା ଅନୁଯାୟୀ, ଲୁଥ୍ରା ଭ୍ରାତା ଡିସେମ୍ବର ୭ ତାରିଖ ଦିନ ସକାଳ ୧:୧୭ରେ ଏକ ଟ୍ରାଭେଲ୍ ପୋର୍ଟାଲ୍ ମାଧ୍ୟମରେ ଫୁକେଟ୍ ପାଇଁ ଟିକେଟ୍ ବୁକ୍ କରିଥିଲେ। ଦେଶ ଛାଡି ପଳାଇ ନ ଯିବା ପାଇଁ ଗୋଆ ପୋଲିସ ଡିସେମ୍ବର ୮ ତାରିଖରେ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଲୁକ୍ ଆଉଟ୍ ସର୍କୁଲାର (ଏଲଓସି) ଜାରି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking