18.1 C
Bhubaneswar
Friday, November 22, 2024
Homeଓଡିଶାଅହଂକାର ପାଇଁ ପ୍ରକୃତ ଜବାବ ଦେଲେ ଲୋକେ : ସୌମ୍ୟରଞ୍ଜନ

ଅହଂକାର ପାଇଁ ପ୍ରକୃତ ଜବାବ ଦେଲେ ଲୋକେ : ସୌମ୍ୟରଞ୍ଜନ

ଭୁବନେଶ୍ୱର : ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରେସମିଟ୍ । ଘସିପୁରାର ନିର୍ବାଚନ ଅନୁଭୂତି ସର୍ବଦା ମନେରହିବ ବୋଲି କହିଲେ । ବିଶେଷ ପରିସ୍ଥିତିରେ ଘସିପୁରାରେ ନିର୍ବାଚନ ଲଢିଛି । ବିନା ଦଳ ଓ ବିନା ସଂଗଠନରେ ନିର୍ବାଚନ ଲଢିଥିଲି । ଘସିପୁରାରେ ନେତାଙ୍କ ପ୍ରତି ପ୍ରବଳ ଜନଅସନ୍ତୋଷ ଥିଲା । ଘସିପୁରାରେ ଆତଙ୍କରାଜ, ଗୁଣ୍ଡାଗର୍ଦ୍ଦି ଜୋରଦାର ଥିଲା । ବୁଥ କ୍ୟାପଚରିଂ ଭଳି ଘଟଣା ପୀର୍ବରୁ ସାମ୍ନାକୁ ଆସିଥିଲା । ଘସିପୁରାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରତିଜ୍ଞା ନେଇଥିଲି । ବିନା ବୁଥ୍ କ୍ୟାପଚରିଂରେ ନିର୍ବାଚନ ଜିତିଥିବା ପ୍ରାର୍ଥୀଙ୍କୁ ଶୁଭେଚ୍ଛା । ଏମଏଲଏ ଓ ଏମପି ଚିହ୍ନ ଅଲଗା ହେବା ଜରୁରୀ ନିର୍ବାଚନ କମିଶନକୁ କହିଛନ୍ତି  । ଯେତୋବେଳେ ମୋତେ ବିଜୁ ଜନତା ଦଳରୁ ବହିଷ୍କାର କରାଗଲା , ମିଡିଆ ଭାଇମାନେ ମୋ ପାଖକୁ ବାରମ୍ବାର ଆସୁଥିଲେ ହେଲେ ମୁଁ କିଛି କହୁନଥିଲି, ତେବେ ରାଜ୍ୟରେ ବିଜେଡି ପ୍ରଥମ ଥର ପରାଜିତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜୁ ଜନତା ଦଳରେ ଥିବାବେଳେ, ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା । କିଛି ପରାମର୍ଶ ମଧ୍ୟ ଦିଆ ନିଆ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ । ଆଉ ପରାମର୍ଶ ଦେବାର କି ନେବାର ସୁଯୋଗ ରହିଲାନି । ତାର କୁପରିଣାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ହିଁ ତାଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିଲେ, ହେଲେ ସେହି ସମ୍ପତ୍ତି କିପରି ବିପତ୍ତି ହେଇଗଲା ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ନବୀନ ବାବୁଙ୍କ ପରାଜୟର କାରଣ ସମ୍ପର୍କରେ ମତ ରଖି ସେ କହିଥିଲେ, ଯେଉଁ ରାଜନେତାମାନେ ସତକୁ ବୋଝ ମଣନ୍ତି, ତାଙ୍କର ଭାଗ୍ୟରେ ପରିବର୍ତ୍ତନ ହୁଏନି । ଭବିଷ୍ୟତ ବେଶ୍ ଉଜ୍ଜଳ ହୁଏନି । ଓଡିଶାବାସୀ ୨୫ ବର୍ଷର ଶାସନକୁ ଭୋଗକରିଛନ୍ତି ତେବେ ତାଙ୍କ ଏବେ ଆଦେଶ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧି ଦଳରେ ରହି ବିରୋଧି ଦଳର ଭୂମିକା ନିର୍ବାହ କରନ୍ତୁ । ମୋର ବିଶ୍ୱସ ବିରୋଧି ଦଳ ହିସାବରେ ସେ ନଶ୍ଚିତ ଭଲ ଓ ଆଦର୍ଶ ବ୍ୟକ୍ତି ହେବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳକୁ ଗୋଟେ ଗଣତାନ୍ତ୍ରୀକ ଉପାୟରେ ଚଳାନ୍ତୁ । କ୍ରିତଦାସ ମାନଙ୍କୁ ନେଇ ଦଳ ଚଳାଇଲେ ସୁଫଳ ମିଳିବ ନାହିଁ । ବିଜୁ ଜନତା ଦଳ ଓଡିଶାବାସୀଙ୍କର ବଳ ବୋଲି ଯାହା କୁହାଯାଉଥିଲା ଏବେ ମଧ୍ୟ ସମୟ ଅଛି ବିଜେଡି ନିଜ ନିଜକୁ ସୁଧାରି ନେଉ । କ୍ରୀତଦାସ ଓ ଚାଟୁକାରକୁ ନେଇ ଦଳ ଚଳାନ୍ତୁ ନାହିଁ । ମିଡିଆକୁ ବନ୍ଧୁ ଭାବରେ ଗ୍ରହଣ କରନ୍ତୁ । ମିଡିଆକୁ ଚାମଚା ମନେ କରନ୍ତୁ ନାହିଁ ।ଗୋଟିଏ ଦଳ ଦରକାର ଆମ ଗଣତନ୍ତ୍ର ପାଇଁ , କିନ୍ତୁ ସେ ଦଳଟି କିପରି ଚାଲିବା ଦରକାର ସେ ବିଷୟରେ ମଧ୍ୟ ଲୋକମାନେ ଆମକୁ ଉଚିତ୍ ଶିକ୍ଷା ଦେଇଛନ୍ତି । ଗୋଟିଏ ଦୁଇଟି ଦଳକୁ ନେଇ ଅନ୍ୟ ମାନଙ୍କୁ କ୍ରିତଦାସ କରି ଦଳ ଚଳାଇବାକୁ ଚେଷ୍ଟା କଲେ ମୋ କଥା ଗଙ୍ଗା କହିଲେ ଥିବି, ଗାଙ୍ଗୀ କହିଲେ ନଥିବୀ ତେବେ ସେଭଳି ଦଳ ଚଳାଇଲେ ଦଳ ମାନେ କେବେ ସଫଳ ହେବେ ନାହିଁ ବୋଲି ସେ କହିଛନ୍ତି । ଆମ ଘର ହାଲଚାଲ କୁ ନେଇ ସେ କହିଛନ୍ତି ମୁଁ ସମ୍ପାଦକ ଭାବେ ଲେଖୁଥିଲି । ମୁଁ ଆଉ ସମ୍ପାଦକ ନାହିଁ ତେଣୁ ଲେଖୁନାହିଁ । କେଉଁଠି ଅନଧିକାର ପ୍ରବେଶ କରିବାକୁ ଚାହେଁନି । ସେଥିରେ ମନ୍ତ୍ରୀ ବଡ ନା ପ୍ରଶାସନ ବଡ କୁ ନେଇ ବିବାଦ ହୋଇଥିଲା ଅଡୁଆ ପ୍ରଶ୍ନ ପାଇଁ ପ୍ରଶାସକଙ୍କ ପସନ୍ଦ ଆସିଲାନି । ଆହଂକାର ପାଇଁ ପ୍ରକୃତ ଜବାବ ଦେଲେ ଜନତା । କାହିଁକି ଆମ ନେତା ମାନେ ପ୍ରଶାସକ ପାଇଁ ତମ୍ବୁ ବାଢୁଛନ୍ତି । ମଞ୍ଚରେ ତାଙ୍କୁ ସ୍ଥାନ ମଧ୍ୟ ମିଳୁ ନାହିଁ । ଗୋଟିଏ ନିର୍ବାଚିତ ରାଜନେତାକୁ ପ୍ରଶାସକମାନେ ଯଦି ଏଭଳି ହତାଦର କରିବେ ତେବେ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଏଭଳି ପ୍ରଶାସକମାନଙ୍କ ତାନାସାହି ବଢିଯିବ । ଅହଂକାର ବଢିଯିବ । ତେବେ ସେୟାହିଁ ଘଟିଲା ଅହଂକାରର ଚରମସୀମାରେ ଯେତୋବୋଳେ ଆମ ପ୍ରଶାସକମାନେ ପହଞ୍ଚିଲେ ଭାବିଲେ ଆମର କଲମ ଗାରରେ ମୁଖ୍ୟମନ୍ତ୍ରୀ ବି ନିର୍ଭର କରିବେ , ମନ୍ତ୍ରୀ ମାନମାନଙ୍କ ଭବିଷ୍ୟତ ବି ନିର୍ଭର କରିବ , ଏମଏଲ୍ଏ ଟିକେଟ ପାଇବ । ସେହି କଲମ ଗାରରେ ସମସ୍ତଙ୍କର ଭାଗ୍ୟ ବଦଳେଇ ଦେଇ ପାରିବି । ଏଭଳି ଅହଂକାର ଏଭଳି ପ୍ରଶାସକଙ୍କ ପାଇଁ ଆଦୌ ଶୋଭା ଦିଏ ନାହିଁ ତାହାର ଦଣ୍ଡ ଓଡିଶାବାସୀ ତାଙ୍କ ନିଜ ଢଙ୍ଗରେ ଦେଇଛନ୍ତି ବୋଲି ସେ କହିଛନ୍ତି । ଆଉ ମଧ୍ୟ ସେ କହିଛନ୍ତି ଯେ ଘସିପୁରାରେ ମୁଁ ଅଛି ଓ ଆଗକୁ ରହିବି ମଧ୍ୟ । ବଦ୍ରିବାଦୁ ମୋ ସହିତ ସାମ୍ନାସାମ୍ନି କଥା ହୁଆନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଓଲଟା ଭଲପାଇବାକୁ ଲୋକ ଗ୍ରହଣ କଲେ ନାହିଁ ବୋଲି ସେ କହିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସ୍ଥାନରୁ ହାରିଗଲେ । ଆଉ ଗୋଟିଏ ସ୍ଥାନରୁ ଲୋକ ତାଙ୍କୁ ଦୟା କଲା ଭଳି ଜିତାଇଲେ । ତେବେ ବିରୋଧୀ ଦଳ ହିସାବରେ ସେ ଆଦର୍ଶ ଦେଖାଇବା ସହ ଦଳକୁ ଗଣତାନ୍ତ୍ରିକ ଉପାୟରେ ଚଲାଇବାକୁ କହିଛନ୍ତି ସୌମ୍ୟରଞ୍ଜନ । ବିଜୁ ଜନତା ଦଳରେ ବଡ ବଡ ନେତାମାନେ ନିଜକୁ କ୍ରିତଦାସ ବୋଲି କହିବାରେ ସଂକୋଚ କରିଛନ୍ତି କି ସୂର୍ଯ୍ୟ ପାତ୍ର ଯିଏକି ମୁଖ୍ୟମନ୍ତ୍ରୀଙ୍କ ଚାକର ହେବାକୁ ବି ଖୋଲା ମଞ୍ଚରେ ପ୍ରସ୍ତୁତ ଥିଲେ । ଆନୁଗତ୍ୟ ଦେଖାଇବା ପାଇଁ କଣ ଆଉ କିଛି ବାଟ ନାହିଁ । କଣ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଚାକର ହେବା ପାଇଁ ପ୍ରସ୍ତୁକ । ଯେଉଁ ଦଳର ସଂଗଠନ ସଂପାଦକ ଜଣେ କ୍ରିତଦାସ , ସେ ଦଳର ସାଧାରମ କର୍ମୀ ତ ଆହୁରୀ ଶସ୍ତା କ୍ରିତଦାସ । ତେବେ ଦଳ କ୍ରୀତଦାସ ମାନଙ୍କୁ ନେଇ ଚାଲେ ନାହିଁ । ବିଜୁ ଜନତା ଦଳରେ ବଡ ବଡ ନେତାମାନେ ନିଜକୁ କ୍ରିତଦାସ ବୋଲି କହିବାରେ ସଂକୋଚ କରିଛନ୍ତି କି ସୂର୍ଯ୍ୟ ପାତ୍ର ଯିଏକି ମୁଖ୍ୟମନ୍ତ୍ରୀଙ୍କ ଚାକର ହେବାକୁ ବି ଖୋଲା ମଞ୍ଚରେ ପ୍ରସ୍ତୁତ ଥିଲେ । ଆନୁଗତ୍ୟ ଦେଖାଇବା ପାଇଁ କଣ ଆଉ କିଛି ବାଟ ନାହିଁ । କଣ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଚାକର ହେବା ପାଇଁ ପ୍ରସ୍ତୁକ । ଯେଉଁ ଦଳର ସଂଗଠନ ସଂପାଦକ ଜଣେ କ୍ରିତଦାସ, ସେ ଦଳର ସାଧାରମ କର୍ମୀ ତ ଆହୁରୀ ଶସ୍ତା କ୍ରିତଦାସ । ତେବେ ଦଳ କ୍ରୀତଦାସ ମାନଙ୍କୁ ନେଇ ଚାଲେ ନାହିଁ । କାର୍ତ୍ତିକ ପାଣ୍ଡିଆନଙ୍କ ବିଷୟରେ ଆଲୋଟନା କରି ମୁଁ ତାଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନାହିଁ । କାର୍ତ୍ତିକ ପାଣ୍ଡିଆନ କିଏ । ତାଙ୍କୁ ମୁଖ୍ୟମନ୍ତ୍ରୀ ସବୁ ଦାୟିତ୍ୱ ଦେଇଥିଲେ ତେବେ ତାଙ୍କ ମୁଣ୍ଡରେ ନଡିଆ ପିଟି ମୁଖ୍ୟମନ୍ତ୍ରୀ ଖସିଯିବାକୁ ଚେଷ୍ଟା କଲେ ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଉ କ୍ଷମା ଦେବେନାହିଁ । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ବୁଝିବା ଦରକାର ଯେ କାର୍ତ୍ତିକ ପାଣ୍ଡିଆନଙ୍କୁ ଏ କ୍ଷମତା ଦେଲା କିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking