30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ

ଯାଜପୁର:ଭାରତୀୟ ଜନତା ପାର୍ଟି ତରଫରୁ ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଆମ୍ଫୋଳବା ପଞ୍ଚାୟତର ସାନ୍ତରାପୁର ଠାରେ ମିଶ୍ରଣ ପର୍ବ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଏହି ବିଜେପି ମିଶ୍ରଣ ଓ ବନ୍ଦୁମିଳନରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡି ଓ କଂଗ୍ରେସର ଆଗ ଧାଡିର ନେତା କର୍ମୀ ଓ କିଛି ଅବସର ପ୍ରାପ୍ତ କର୍ମଚାରୀ ଦଳ ଛାଡି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି । ଶାସକ ଦଳର ହୀନ ଚକ୍ରାନ୍ତ ,ମନମାନି ଓ କୁଟ ରାଜନୀତିକୁ ବିରୋଧ କରି ବିଜୁଜନତା ଦଳକୁ ପରିତ୍ୟାଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପ ବଳ ସାମନ୍ତ ଙ୍କ ଦୃଢ଼ ନେତୃତ୍ବରେ ପ୍ରଭାବିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିବା କହିଛନ୍ତି ସମସ୍ତ କର୍ମୀ । ବିଧାୟକ ପ୍ରାର୍ଥୀ ଡକ୍ଟର ବଳ ସାମନ୍ତ କର୍ମୀ ମାନଙ୍କୁ ନିଜ ଦଳରେ ସାମିଲ କରି ସ୍ୱାଗତ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଏହି ବନ୍ଧୁ ମିଳନ ପର୍ବ ଏକ ଐତିହାସିକ ବନ୍ଧୁ ମିଳନ ପର୍ବ ଭାବେ ବିବେଚିତ ହେବ ବୋଲି ବିଧାୟକ ମତ ପ୍ରକାଶ କରିଛନ୍ତି । ଏଥିଯୋଗୁଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନ ଅଧିକ ମଜଭୁତ ହେବ ଏବଂ ଆଗାମୀ ନିର୍ବାଚନ ରେ ଭାରତୀୟ ଜନାଟପାର୍ଟି ବିପୁଳ ସଂଖ୍ୟା ରେ ବାଜୀମାତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ରବୀନ୍ଦ୍ର କୁମାର ପୁହାଣ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking