ଗୁଣୁପୁର : ଜନଶୁଣାଣି ପାଇଁ ପଞ୍ଚାୟତ ମୁହାଁ ଜିଲ୍ଲାପାଳ । ଦୁର୍ଗମ ପଞ୍ଚାୟତରେ ଖୋଦ ଜିଲ୍ଲାପାଳ କଲେ ଜନ ଶୁଣାଣି । ରାୟଗଡା ଜିଲା ଗୁଣୁପୁର ବ୍ଲକରେ ଥିବା ପୁଟାସିଂ ପଞ୍ଚାୟତରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଜନ ଶୁଣାଣି ଶିବିର କରିଛନ୍ତି । ପାହାଡ ପର୍ବତ ଘେରା ଏହି ଦୁର୍ଗମ ପଞ୍ଚାୟତର ଅଧିକାଂଶ ଲୋକ ଲାଞ୍ଜିଆ ସୌରା ସମ୍ପ୍ରଦାୟର । ଏଠାକାର ଲୋକେ ଅଧିକାଂଶ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ।
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ , ପ୍ରଥମ କରି ଏହି ପଞ୍ଚାୟତରେ ପଞ୍ଚାୟତସ୍ଥରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଛି । ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ମୋଟ୍ ୯୯ ଟି ଅଭିଯୋଗ ଶୁଣିଛନ୍ତି । ସେଥିମଧ୍ୟରୁ ୩୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬୭ଟି ଗ୍ରାମବାସୀମାନଙ୍କର ସାମୁହିକ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପ୍ରଶାସନ ପଞ୍ଚାୟତ ହେବାକୁ ନେଇ ଲୋକେ ଖୁସି ପ୍ରକଟ କରିଛନ୍ତି ।