21.1 C
Bhubaneswar
Sunday, December 22, 2024
Homeଓଡିଶାଆଇ ଏନ ଟି ୟୁ ସି ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳନ

ଆଇ ଏନ ଟି ୟୁ ସି ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳନ

ଯାଜପୁର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ସାପଗଡ଼ିଆ ସ୍ଥିତ କାର୍ଯ୍ୟାଳୟ ଠାରେ ପତକା ଉତ୍ତଳନ ପରେ ମାନପୁର ସ୍ଥିତ ସୁକିନ୍ଦା ଲୋଡିଂ ଆଣ୍ଡ ଅନଲୋଡ଼ିଂ ପକ୍ଷରୁ ସଭାପତି ବିଦ୍ୟାଧର ମହାନ୍ତି ପତକା ଉତ୍ତଳନ ପରିପ୍ରେକ୍ଷୀରେ ଉପସ୍ଥିତ ଶ୍ରମିକ, କାର୍ମଚାରି ଓ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ କି ଦେଶର ଗଣତନ୍ତ୍ର ସୁରକ୍ଷିତ ନୁହେଁ ଯାହା କି ସାଧାରଣତନ୍ତ୍ର ଦିବସ ରେ ଆମ୍ଭେ ଦେଶ ଓ ଜାତି ପାଈଁ ଇଂଗ୍ରେଜ ମାନଙ୍କ ଙ୍କ ସହ ଲଢ଼ି ଆତ୍ମବଳିଦାନ ଦେଇ ସହିଦ ହୋଇ ଥିବା ମହାପୁରୁଷ ମାନଙ୍କୁ କେବଳ ହିଁ ସ୍ମରଣ କରି ନିଜକୁ ଆତ୍ମସନ୍ତୋଷ ପ୍ରକାଶ କରୁ ଯେଉଁ ଗଣତନ୍ତ୍ର କେବଳ ସାଧାରଣ ନିର୍ବାଚନ ବେଳେ କହିବାକୁ ପଡେ ଗଣତନ୍ତ୍ର ଲୋକମାନଙ୍କ ପାଇଁ, ଲୋକ ମାନଙ୍କ ଦ୍ଵାରା ଲୋକମାନଙ୍କର ଯାହାର ସଦ୍ୟ ପ୍ରମାଣ ମଣିପୁର ଠାରେ ମହିଳା ମାନଙ୍କ ଉପରେ ହେଉଥିବା ଅକଥନିୟ ଅତ୍ୟାଚାର ଉତ୍ତରପ୍ରଦେଶ ର ଲକ୍ଷ୍ମୀ କ୍ଷେରୀ ଓ ଓଡିଶା କୁନ୍ଦୁଲି ଘଟଣା ସଦ୍ୟ ପ୍ରମାଣ ଅଟେ ଏପରି ସ୍ଥଳେ ଦେଶର ସ୍ୱାଧୀନତା କେବଳ ରାଜନିତିକ ସ୍ୱାଧୀନତା ଅଟେ ଯାହା ସାଧାରଣ ମଣିଷର ଅର୍ଥନୈତିକ ସ୍ୱାଧୀନତା ନୁହେଁ ଗଣତନ୍ତ୍ର ରାଷ୍ଟ୍ର ରେ ଏହା ମୁଖ୍ୟ ପ୍ରତିବନ୍ଧକ ଅଟେ ବୋଲି ଶ୍ରୀ ମହାନ୍ତି ସମେବେତ ଜନସମାବେଶ ରେ ନିଜର ଦୁଢୋକ୍ତି ପ୍ରକାଶ କରିଥିଲେ ଏହି ସଭା ରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ଚନ୍ଦ୍ରମଣି ସାହୁ ସରୋଜ କୁମାରସାହୁ ସନ୍ତୋଷ କୁମାର ସାହୁ, ଗୋବର୍ଦ୍ଧନ ସାହୁ ସମେତ ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ମୁନେଶ୍ଵର ନାୟକ, ମାଧବ ମହାପାତ୍ର ବିଦ୍ୟାଧର ଜେନା, ଶତ୍ରୁଘନ ମଲ୍ଲିକ, ସୁଦର୍ଶନ ତରାଇ ପ୍ରମୁଖ ନିଜ ନିଜ ର ବକ୍ତବ୍ୟ ରଖିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking