20.1 C
Bhubaneswar
Monday, December 23, 2024
Homeଖେଳକୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସର ଦିୱାନା ହେଲେ ଗୌତମ ଗମ୍ଭୀର

କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସର ଦିୱାନା ହେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କେମିତି ସମ୍ପର୍କ ତାହା କାହାକୁ ଅଛପା ନୁହେଁ । ଆଇପିଏଲରେ ଉଭୟଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କକୁ ଏବେ ବି ଭୁଲିନଥିବେ କ୍ରିକେଟପ୍ରେମୀ । ଉଭୟ ପରସ୍ପରକୁ ନେଇ ଅନେକ ସମୟରେ ବୟାନବାଜି କରୁଥିବାର ଦେଖିବାକୁ ମିଳେ । କିନ୍ତୁ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ କୋହଲିଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଗୌତମ ଗମ୍ଭୀର । ମ୍ୟାଚ୍ ପରେ ଗୌତମ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ଉପରେ ଥିବା ଚାପକୁ ଅତି ସହଜରେ ନିୟନ୍ତ୍ରଣ କରିପାରିଥିଲେ କୋହଲି ଏବଂ ରାହୁଲ । ଯୁବ ଖେଳାଳୀ ବିରାଟଙ୍କ ଠାରୁ ତାଙ୍କର ଫିଟନେସ୍, ରନ୍ ସଂଗ୍ରହ କରିବାର କୌଶଳ, ଷ୍ଟ୍ରାଇକ ରୋଟେଟ ଏବଂ ବୋଲରଙ୍କ ଉପରେ ଚାପ ପକାଇବାର ତରିକା ଶିଖିବା ଉଚିତ୍ ।

ଏହାସହ କଠିନ ସ୍ଥିତିରେ କିଭଳି ପରିସ୍ଥିତିର ମୁକାବିଲା କରାଯାଇପାରିବ ତାହା କୋହଲିଙ୍କ ଠାରୁ ଶିଖନ୍ତୁ ଯୁବ ଖେଳାଳୀ । ଗମ୍ଭୀର କହିଛନ୍ତି, ବିରାଟ କୋହଲି ଲୋ ରିସ୍କ କ୍ରିକେଟ ଖେଳନ୍ତି । କମ ଡଟ୍ ବଲ ଖେଳିବା ସହ ନିୟମିତ ଷ୍ଟ୍ରାଇକ ରୋଟେଟ କରିଥାନ୍ତି । ଯୁବ ଖେଳାଳୀ କୋହଲିଙ୍କ ଠାରୁ ଏହା ଶିଖିବା ଆବଶ୍ୟକ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତୀୟ ଟିମ୍ ଚାପରେ ଥିବା ବେଳେ ଧୈର‌୍ୟ୍ୟପୂର୍ଣ୍ଣ ଇନିଂସ ଖେଳିଛନ୍ତି କୋହଲି । ଯେତେବେଳେ କୋହଲି ୭୦ ରନରେ ବ୍ୟାଟିଂ କରୁଥିଲେ ସେତେବେଳେ ତାଙ୍କ ବ୍ୟାଟରୁ ମାତ୍ର ୫ଟି ଚୌକା ଆସିଥିଲା । ବଡ ସଟ୍ ନ ଖେଳି କେବଳ ଷ୍ଟ୍ରାଇକ ରୋଟେଟ କରି ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଚାପ ପକାଇବାରେ କୋହଲି ସଫଳ ହୋଇଥିଲେ । ଯେତେବେଳେ ଆପଣ କୌଣସି ଟାର୍ଗେଟର ପିଛା କରୁଥାନ୍ତି ସେତେବେଳେ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ମନରେ ଆତ୍ମ ବିଶ୍ୱାସ ରହିବା ଦରକାର ବୋଲି ଗମ୍ଭୀର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking