19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଫେବୃଆରୀ ୫ରେ ଗେଟ୍ ପରୀକ୍ଷା, ସୁପ୍ରିମକୋର୍ଟରେ ସବୁ ପିଟିସନ ଖାରଜ

ଫେବୃଆରୀ ୫ରେ ଗେଟ୍ ପରୀକ୍ଷା, ସୁପ୍ରିମକୋର୍ଟରେ ସବୁ ପିଟିସନ ଖାରଜ

ନୂଆଦିଲ୍ଲୀ: ଆସନ୍ତା ୫ରେ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଗେଟ୍  (ଏକ୍ସବୟଙ୍କବଗ୍ଧର ଇକ୍ଟ୍ରଗ୍ଧସଗ୍ଧଙ୍କୟର ଞରଗ୍ଦଗ୍ଧ ସଦ୍ଭ ଋଦ୍ଭଶସଦ୍ଭରରକ୍ସସଦ୍ଭଶ) ପରୀକ୍ଷାକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନ ଖାରଜ ହୋଇଯାଇଛି । ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ବିକ୍ରମ ନାଥଙ୍କୁ ନେଇ ଗଠିତ ତିନିଜଣିଆ ସୁପ୍ରିମକୋର୍ଟ ପୀଠ ଗୁରୁବାର ଶୁଣାଣି କରି କହିଛନ୍ତି ଯେ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ତେଣୁ ଅନ୍ତିମ ଲଗ୍ନରେ ଏହାକୁ ସ୍ଥଗିତ ରଖିଲେ ବିଶୃଙ୍ଖଳା ଦେଖାଦେବ । ପୁନଶ୍ଚ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଏହା ଜଡିତ ହୋଇଥିବାରୁ  ଅଦାଲତ ମୁଣ୍ଡ ଖେଳାଇବା ଅନୁଚିତ ହେବ ବୋଲି ପୀଠ କହିଛନ୍ତି । ତେଣୁ ପୂର୍ବ ନିର୍ଦ୍ଧାରିତ ୫ ତାରିଖରେ ଗେଟ୍ ପରୀକ୍ଷା ଅନୁଷ୍ଠିତ ହେବା ନିଶ୍ଚିତ ହୋଇପଡିଛି । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗାମୀ ଏଇଞଋ ପରୀକ୍ଷା ଘୁଞ୍ଚାଇବାକୁ ପ୍ରାୟ ୨୨,୦୦୦ ଆଶାୟୀ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟେରେ ଅନଲାଇନରେ ପିଟିସନ ଦାଖଲ କରିଥିଲେ । ଆଇଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନରେ ବିଜ୍ଞାନ ଓ ଇଂଜିନିୟରିଂ ସ୍ନାତକୋତ୍ତର ପାଠ୍ରକ୍ରମରେ ନାମ ଲେଖାଇବାକୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking