34.5 C
Bhubaneswar
Tuesday, April 7, 2026
Homeଓଡିଶାଲୋୟର ପିଏମ୍‌ଜିରେ ଗର୍ଜିଲେ ଛାତ୍ର କଂଗ୍ରେସ

ଲୋୟର ପିଏମ୍‌ଜିରେ ଗର୍ଜିଲେ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଜୋରଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଲୋଜର ପିଏମ୍‌ଜିରେ ଗର୍ଜିଲେ ଛାତ୍ର କଂଗ୍ରେସ । ବିକ୍ଷୋଭ ବେଳେ ପୁଲିସ ସହ ଧସ୍ତାଧସ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ । ସୂଚନା ଯୋଗ୍ୟ ଯେ, ୨୦୧୭ ମସିହାରେ ରାଜ୍ୟରେ ଶେଷଥର ଲାଗି ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ରାଜ୍ୟରେ ନୂଆ ସରକାର ଗଠନ ପରେ ଏବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ଘୋଷଣା କହିଥିଲେ । ବିଜେଡି ପରି ବିଜେପି ସରକାର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଗାଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ରଖିବା ପାଇଁ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି। ଏହାକୁ ଛାତ୍ର କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ। ଛାତ୍ର ସଂସଦ ନିର୍ବାଚନ ଦାବିରେ ଆଜି ବିଧାନସଭା ଘେରାଉ କରାଯିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ସୂଚନା ଦେଇଥିଲେ । ରାଜ୍ୟରେ ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ତେଣୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ସ୍ବର ଉତ୍ତୋଳନ କରିବା ପାଇଁ ଛାତ୍ର ପ୍ରତିନିଧିଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ରେଭେନ୍‌ସା ନାମ ପରିବର୍ତ୍ତନ ବକ୍ତବ୍ୟ ନିନ୍ଦନୀୟ। ରେଭେନ୍‌ସା କିଭଳି ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପରିଣତ ହୋଇପାରିବ ସେଥିପାଇଁ ଉଦ୍ୟମ କରିବା ଆବଶ୍ୟକ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବଭୂଷଣ ମହାପାତ୍ର ଓ ଶ୍ରୀକାନ୍ତ ବିଶ୍ବାଳ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking