19.1 C
Bhubaneswar
Friday, November 22, 2024
Homeଓଡିଶାଦୋକାନ ସିଲ୍ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ଉପଜିଲ୍ଲାପାଳ

ଦୋକାନ ସିଲ୍ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ଉପଜିଲ୍ଲାପାଳ

ବ୍ରହ୍ମପୁର : ଆଙ୍କୁଲି ଶିଳ୍ପାଞ୍ଚଳ ଛକ ଅଞ୍ଚଳରେ କିଛି ବ୍ୟବସାୟୀ ଲକଡାଉନ୍ ସମୟରେ ଦୋକାନ ଖୋଲିଥିବା ଖବରପାଇ ବ୍ରହ୍ମପୁର ଅତିରିକ୍ତ ଉପଜିଲ୍ଲାପାଳ ମାଲେଶ୍ୱର ପାତ୍ର ଓ ପ୍ରଦୀପ ମହାରଣାଙ୍କ ନେତୃତ୍ୱରେ ଏନ୍‌ଫୋସ୍‌ର୍ମେଣ୍ଟ ଟିମ୍ ପହଞ୍ଚିଥିଲେ । ଲକ୍‌ଡାଉନ୍ ବେଳେ ସେଠାରେ ଗୋଟିଏ ଦୋକାନ ଖୋଲାଥିବା ଦେଖି ସିଲ୍ କରିଥିଲେ । ଏହାପରେ ଆଗରେ ଏକ ଫାଷ୍ଟ ଫୁଡ୍ ଦୋକାନ ଉପରେ ଚଢ଼ଉ କରିଥିଲେ । ଏହାକୁ ସିଲ୍ କରିବାକୁ ଟିମ୍‌କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲାପାଳ ମାଲେଶ୍ୱର ପାତ୍ର କହିଛନ୍ତି। ଟିମ୍ ସିଲ୍ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଏହି ଅଞ୍ଚଳର ଜଣେ ଯୁବକ ଅତିରିକ୍ତ ଜିଲ୍ଲାପାଳଙ୍କୁ କାହିଁକି ସିଲ୍ କରୁଛ ବୋଲି ପଚାରିବା ସହ ଦୋକାନ ସିଲ୍ ନକରିବାକୁ କହିଥିଲେ । ତାଙ୍କ କଥା ନଶୁଣିବାରୁ ସେ ଅଧିକାରୀଙ୍କୁ ଅଶ୍ଳିଳ ଭାଷା ପ୍ରୟୋଗ କରି ବିଭିନ୍ନ ଗାଳି ଦେଇଥିବା ଏକ ଭିଡିଓ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି । ଏତେ ଦିନ ହେଲା ଲକଡାଉନ୍ କରି ରଖିଛନ୍ତି ।

ସେହି ଦୋକାନୀଙ୍କ ପରିବାର କିଭଳି ବଞ୍ôଚବେ, ତାହା କେବେ ଚିନ୍ତା କରିଛନ୍ତି କି ବୋଲି ଯୁବକ ଜଣକ ପ୍ରଶ୍ନ କରିଥିଲେ । ସହରରେ ଅନେକ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲା ରହିଛି, କାହିଁକି ସେମାନଙ୍କ ଦୋକାନ ସିଲ୍ କରାଯାଉନାହିଁ ବୋଲି ପଚାରିଥିଲେ । ପ୍ରଥମେ ସେହି ମଦ ଦୋକାନକୁ ସିଲ୍ କରନ୍ତୁ, ପରେ ଆଉ କାହା କଥା ଭାବିବେ ବୋଲି କହିଥିଲେ । ଏହାସହ ଯଦି ପାରୁଛନ୍ତି ତେବେ ମୋରି ନାମରେ ଥାନାରେ ମାମଲା ରୁଜୁ କରନ୍ତୁ ବୋଲି ଯୁବକ ଜଣଙ୍କ ଭିଡିଓରେ କହିଛନ୍ତି । ଶେଷରେ ବାଧ୍ୟହୋଇ ସିଲ୍ କରିଥିବା ଦୋକାନର ସିଲ୍ ଖୋଲି ଉକ୍ତ ସ୍ଥାନରୁ ସରକାରୀ ବାବୁ ଫେରିଥିଲେ । ପାଟିତୁଣ୍ଡ କରୁଥିବା ଯୁବକ ଜଣଙ୍କ ଏକ ରାଜନୀତି ଦଳର ଉକ୍ତ ଅଞ୍ଚଳର ମଣ୍ଡଳ ସଭାପତି ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା ଦୀର୍ଘ ୩୦ରୁ ୪୦ ମିନିଟ୍ ଧରି ଏହି ଅଞ୍ଚଳରେ ଲୋକେ ଗହଳି ହେବାସହ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ଘଟଣାସ୍ଥଳରେ ପୁଲିସ ପହଞ୍ôଚନଥିଲା ।

ଏ ବିଷୟ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି କରୋନା କଟକଣା ଅବମାନନା କରିବାସହ ଅଧିକାରୀଙ୍କୁ ଦୁର୍ବ୍ୟବହାର ନିମନ୍ତେ ସେହି ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବ । ଅଞ୍ଚଳରେ ସିଲ୍ କରାଯାଇଥିବା ଦୁଇଟି ଦୋକାନକୁ ଲକ୍‌ଡାଉନ୍ ପର୍ଯ୍ୟନ୍ତ ସିଲ୍ କରାଯିବ ବୋଲି ସେ କହିଛନ୍ତି ।ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସେହି ପ୍ଲାନ କାର୍ଯ୍ୟକାରୀ ହୋଇପାରିଲାନାହିଁ । ସମ୍ପ୍ରତି ସହରର ବର୍ଷାଜଳ ନିଷ୍କାସନ ପାଇଁ ରହିଥିବା ବାହାନା ନାଳର ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଫଳରେ ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳ ବର୍ଷା ବେଳେ କୃତ୍ରିମ ବନ୍ୟାର ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘସମୟ ପର୍ଯ୍ୟନ୍ତ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା । ଅନ୍ୟପକ୍ଷରେ ଏମ୍‌କେସିଜିର କିଛି ୱାର୍ଡରେ ବର୍ଷା ଜଳ ପଶିଥିବା ଅଭିଯୋଗ ହୋଇଛି । ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନାପାଇ କର୍ତ୍ତୃପକ୍ଷ ସେଠାରୁ ବର୍ଷା ଜଳ ନିଷ୍କାସନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking