19.1 C
Bhubaneswar
Saturday, November 23, 2024
Homeଓଡିଶାଗାଁ’କୁ ଫେରିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ : ଜିଲ୍ଲାପାଳ

ଗାଁ’କୁ ଫେରିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ : ଜିଲ୍ଲାପାଳ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କିଛି ଦିନ ତଳେ କୋଭିଡ ସଂକ୍ରମଣ ସଂଖ୍ୟା ୧ କିମ୍ବା ୨ ମଧ୍ୟରେ ସିମୀତ ରହୁଥିଲା । ଗତକାଲି ରିପୋର୍ଟ ଅନୁସାରେ ସଂକ୍ରମଣ ବୃଦ୍ଧି ପାଇ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଜନସାଧାରଣ ସତର୍କ ରହୁନାହାନ୍ତି । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି ହୋଇଥିବା ନିୟମ ପାଳନ କରୁନାହାନ୍ତି । ଏହା ସଂକ୍ରମଣଙ୍କୁ ବୃଦ୍ଧି କରିବାରେ ସହାୟକ ହେଉଛି । ସଂକ୍ରମଣରୁ ରୋକିବା ନେଇ କିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ବିିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲା ବାହାରେ ଏବଂ ଅନ୍ୟ ରାଜ୍ୟରେ ରହୁଥିବା ଜିଲ୍ଲାର ପ୍ରବାସୀ ଯେଉଁଠାରେ ଅଛନ୍ତି ସେହିଠାରେ ହିଁ ରୁହନ୍ତୁ ।

ଜିଲ୍ଲାରେ ଚାଲିଥିବା ଯାତ୍ରା ପର୍ବରେ ସାମିଲ ହେବାକୁ ନିଜ ଗାଁକୁ ନଫେରିବାକୁ ପ୍ରବାସୀ ଓଡ଼ିଆଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେମାନେ ନିଜ ଗାଁକୁ ଆସିବା ଫଳରେ ପରିବାର ସମେତ ଜିଲ୍ଲାବାସୀ ବିିପଦରେ ପଡ଼ିବା ଯଥେଷ୍ଟ ସମ୍ଭାବନା ରହୁଛି । ଅତି ଜରୁରୀ କାର୍ଯ୍ୟ କିମ୍ବା ଘରୋଇ ସମସ୍ୟା ଥିଲେ ଯେଉଁମାନେ ଆସୁଛନ୍ତି ସେମାନେ ଆର୍‌ଟିପିସଆର୍ ଟେଷ୍ଟ ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଛି । ଏମାନେ ଆସିବା ପରେ ଘରେ ୭ ଦିନ ଆଇସୋଲେସନ୍‌ରେ ରହିବେ । ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରେ ସଂକ୍ରମିତ ବୃଦ୍ଧି ହେଉଥିବା ହେତୁ ସତର୍କତା ପାଳନ ନକଲେ ଜିଲ୍ଲାର ପରିସ୍ଥିତ ପୂର୍ବ ପରି ଭୟାବହ ହେବ ବୋଲି ସତର୍କ କରାଇଛନ୍ତି । ଏଣୁ ସମସ୍ତ ସତର୍କ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମା’ ତାରାତାରିଣୀ ଯାତ୍ରା ସମୟରେ ମନ୍ଦିର ନିକଟକୁ ଯିବା ପାଇଁ ଦୁଇ ଚକିଆ ଯାନ କିମ୍ବା ଚାରି ଚକିଆ ଯାନ ବାରଣ କରାଯାଇଛି । ମନ୍ଦିର ନିକଟକୁ ଯିବା ପାଇଁ ବସ୍ ବ୍ୟବସ୍ଥା କରାଯାଇଛି । କେଶପୁର ଛକ ଓ ତାରାତାରିଣୀ ଛକ ଏବଂ ସିଂହଦ୍ୱାର ଠାରେ ଅସ୍ଥାୟୀ ଚେକ୍ ଗେଟ୍ ନିର୍ମାଣ କରାଯାଇ କଡ଼ାକଡ଼ି ଯାଞ୍ଚ କରାଯିବ । ମା’ଙ୍କ ଯାତ୍ରା ସମୟରେ ଜନସାଧାରଣଙ୍କ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking