32.1 C
Bhubaneswar
Thursday, March 28, 2024
Homeଓଡିଶା୩ବର୍ଷର ଝିଅକୁ ଛାଡ଼ି ପ୍ରେମିକ ସହ ମହିଳା ଫେରାର୍‌

୩ବର୍ଷର ଝିଅକୁ ଛାଡ଼ି ପ୍ରେମିକ ସହ ମହିଳା ଫେରାର୍‌

ପୁରୀ : କୋଣାର୍କ ଥାନା ଅଧୀନସ୍ଥ ନିଜିରୂପାସ ଗ୍ରାମର ଜଣେ ବିବାହିତା ମହିଳା ନିଜ ସ୍ୱାମୀ ଓ ୩ ବର୍ଷର ଶିଶୁ କନ୍ୟାକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋଣାର୍କ ଥାନା ଅଧୀନସ୍ଥ ନିଜିରୂପାସ ଗ୍ରାମର ଗଣେଶ କାଣ୍ଡିଙ୍କ ଝିଅ ସନ୍ଧ୍ୟାରାଣୀ ୪ବର୍ଷ ପୂର୍ବେ ପୁରୀଜିଲ୍ଲା ସଦର ଥାନା   ଅନ୍ତର୍ଗତ ଗୋପୀନାଥପୁର ଗାଁର ଦାଶରଥି ଦାସଙ୍କ ପୁଅ ଗଜେନ୍ଦ୍ର ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ଉଭୟଙ୍କ ଏକ ଶିଶୁ କନ୍ୟା ମଧ୍ୟ ଜନ୍ମ ହୋଇଥିଲା । ସ୍ୱାମୀ ଗଜେନ୍ଦ୍ର କାମରେ ପ୍ରାୟ ସମୟ ବାହାରେ ରହୁଥିବା ବେଳେ ତାଙ୍କ ସାଙ୍ଗ ଓମପ୍ରକାଶ ଓରଫ ସୁଧିର ଅଧିକାଂଶ ସମୟରେ ଗଜେନ୍ଦ୍ରଙ୍କ ଘରକୁ ବୁଲିବା ପାଇଁ ଆସିଥାନ୍ତି ।

ଏହି ସମୟରେ ଉଭୟ ସନ୍ଧ୍ୟାରାଣୀ ଓ ଓମ ପ୍ରକାଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଏହି ପ୍ରେମ ଶାରୀରିକ ସମ୍ପର୍କର ରୂପ ନେଇଥିଲା । ଏକଥା ଜାଣିପାରି ଗଜେନ୍ଦ୍ର ତାଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କୁ ଆକଟ କରିଥିଲେ । କିନ୍ତୁ ପ୍ରେମରେ ଅନ୍ଧ ହୋଇ ସନ୍ଧ୍ୟାରାଣୀ ସ୍ୱାମୀ ଗଜେନ୍ଦ୍ର ଓ ଶିଶୁକନ୍ୟାକୁ ଛାଡ଼ି ପ୍ରେମିକ ଓମପ୍ରକାଶ ସହିତ ଫେରାର ହୋଇଯାଇଥିଲେ । ଅପରପକ୍ଷେ ଓମପ୍ରକାଶ ତାଙ୍କ ଝିଅ ସନ୍ଧ୍ୟାକୁ ଜୋରଜବରଦସ୍ତ ଉଠାଇନେଇଥିବା ନେଇ ଗଣେଶ କାଣ୍ଡି କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ପୁଲିସ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଗଣେଶ ଗତ ଜାନୁୟାରୀ ୧୧ତାରିଖରେ ପୁରୀ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିରେ ମଧ୍ୟ କୌଣସି ସୁଫଳ ନ ମିଳିବାରେ ବାଧ୍ୟ ହୋଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଉଭୟ ସନ୍ଧ୍ୟାରାଣୀ ଓ ଓମପ୍ରକାଶକୁ ଗିରଫ କରିଥିଲେ । ପରେ ଉଭୟଙ୍କ ଡାକ୍ତରୀମାଇନା କରିବା ପରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking