22.1 C
Bhubaneswar
Thursday, December 5, 2024
Homeଅପରାଧଗଞ୍ଜେଇ ଚାଲାଣର ନୂଆ ଫଣ୍ଡା : ସୁନ୍ଦରୀ ମାଫିଆ

ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା : ସୁନ୍ଦରୀ ମାଫିଆ

କଟକ : ଅବକାରୀ ବିଭାଗର ନଜର ଏଡ଼ାଇବା ପାଇଁ ଏବେ ଗଞ୍ଜେଇ ଚୋରା ଚାଲାଣରେ ସୁନ୍ଦରୀ ମହିଳାଙ୍କୁ ନିୟୋଜିତ କରିବାର ଫଣ୍ଡା ଆପଣେଇଛନ୍ତି ଗଞ୍ଜେଇ ମାଫିଆ । ଆଜି ୩ ଜଣ ମହିଳା ମାଫିଆଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିର୍ଗୁଣ୍ତି ରେଳ ଷ୍ଟେସନ୍ ନିକଟରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ୧ କ୍ୟୁଣ୍ଟାଲ୍ ୫ କେଜି ଓଜନର ଗଞ୍ଜେଇ ଜବତ ହୋଇଛି। କିନ୍ତୁ ମାଟ୍ରିକ ଫେଲ୍ ଏହି ମହିଳାମାନେ ଏଭଳି ଅନ୍ତଃରାଜ୍ୟ ମାଫିଆ କାରବାରରେ ନିୟୋଜିତ ହେବା ଅବକାରୀ ବିଭାଗକୁ ଚକିତ କରିଛି। ୨୦୧୮ରୁ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ମାମଲାରେ ମୋଟ ୮ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଆଜି ଭୋର ପ୍ରାୟ ୬ଟା ବେଳେଏହି ତିନି ମହିଳା ଭୁବନେଶ୍ୱର ରୁ ଟ୍ରେନ୍ ଯୋଗେ ନିର୍ଗୁଣ୍ତି ରେଳ ଷ୍ଟେସନ୍‌କୁ ଆସିଥିଲେ। ସେଠାରେ ଟ୍ରେନ୍‌ରୁ ଓହ୍ଲାଇ ବସ୍ ଯୋଗେ ପଶ୍ଚିମବଙ୍ଗ ଯିବାକୁ ଯୋଜନା କରୁଥିଲେ। ରେଳ ଷ୍ଟେସନ୍‌ଗୁଡ଼ିକରେ ବାରମ୍ବାର ଅବକାରୀ ବିଭାଗ ଓ ପୁଲିସର ଚଢ଼ଉ କରୁଥିବାରୁ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ବସ୍‌ରେ ଯିବାକୁ ଯୋଜନା କରିଥିଲେ। ଏଭଳି ଯୋଜନା ଚାଲିଥିବା ବେଳେ ଅବାକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା । ଅବକାରୀ ବିଭାଗ କିମ୍ବା ପୁଲିସର ସନ୍ଦେହ ନହେବା ପାଇଁ ଏମାନେ ପୋଷାକ ପରିଧାନ ପ୍ରତି ଯଥେଷ୍ଟ ସତର୍କ ଥିଲେ। ଏମିତିକି, ସନ୍ଦେହ ନ ହେବା ପାଇଁ ଦାମୀ ଲଗେଜ୍ ବ୍ୟାଗ୍‌ରେ ହିଁ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ଆଜି ଏମାନେ ୪ଟି ବ୍ୟାଗ୍‌ରେ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରୁଥିଲେ।ଅବାକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ଜେରା ପରେ ମାଫିଆଗିରି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking