27.1 C
Bhubaneswar
Monday, January 12, 2026
Homeଓଡିଶାଜୟନାରାୟରଙ୍କୁ ଗଣେଶ୍ୱରଙ୍କ ଚ୍ୟାଲେଞ୍ଜ

ଜୟନାରାୟରଙ୍କୁ ଗଣେଶ୍ୱରଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର : ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଅନେକ ଥର କହିଛନ୍ତି ଯେ ତାଙ୍କ ଦଳ ହ୍ୱିସିଲ ମାରିଲେ ବିଜେଡି ଭାଙ୍ଗି ଯିବ। ଆଉ ଆଜି ତାଙ୍କୁ ହ୍ୱିସିଲ ମାରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ସେ କହିଛନ୍ତି, ହ୍ୱିସିଲ ମାରି ଦେଖନ୍ତୁ। ତାଙ୍କ ହ୍ୱିସିଲରେ କେତେ ଶକ୍ତି ଅଛି, ଆମେ ଦେଖିବୁ। ଅବାସ୍ତବ କଥା କହୁଛନ୍ତି ଜୟନାରାୟଣ। ଆଗକୁ ବିଜେଡ଼ି ସଂଗଠିତ ହୋଇ ପୁଣି ଫେରିବ ବୋଲି ଶ୍ରୀ ବେହେରା କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ସେମାନେ ନିର୍ବାଚନ ଜିତିଛନ୍ତି। ସରକାରରେ ଅଛନ୍ତି। ସଦ୍ୟ ଉପ-ନିର୍ବାଚନରେ ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି। ତେଣୁ ସେମାନେ ଆନନ୍ଦରେ ବିଭୋର ହୋଇଯାଇଛନ୍ତି। ଯିଏ ବିଭୋର ହୋଇଯାଏ, ସେ ଅବସ୍ତାବ କଥା କହେ। ଏବେ ତାହା ହିଁ ଘଟୁଛି।

ଅନ୍ୟପକ୍ଷରେ ଗଣେଶଙ୍କୁ ଜବାବ ଦେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ହ୍ୱିସିଲ ମାରିଲେ ତ ଭାଙ୍ଗିଯିବ। ଆଉ ମାରିକି କ’ଣ ଦେଖିବି? ବିଜେଡିକୁ ଆମେ ଭାଙ୍ଗିବା ପାଇଁ ଚାହୁଁନୁ। ଆମ ପାର୍ଟି ଯେଉଁ ଦିନ ଚାହିଁବ, ସେହି ଦିନ ଭାଙ୍ଗି ଦେବ। କିନ୍ତୁ ପାର୍ଟି ଚାହୁଁନାହିଁ। ସେଥିପାଇଁ ମୁଁ କହିଥିଲି ଯେ ହ୍ୱିସିଲ ମାରିଲେ ପାର୍ଟି (ବିଜେଡି) ଭାଙ୍ଗିଯିବ। ଏବଂ ଏହା ଅତି ସ୍ପଷ୍ଟ ଭାବେ କହିଥିଲେ ଯେ ଆମର ରଣନୀତି ଅନୁସାରେ ବିଜେପି ବିରୋଧୀ ଭୋଟ୍‌ଗୁଡ଼ିକ ଭାଗ ଭାଗ ହେବା କଥା। ସେଥିପାଇଁ କେନ୍ଦ୍ର ବିଜେଡ଼ିକୁ ଭାଙ୍ଗିବା ପାଇଁ ଚାହୁଁନାହିଁ। କେନ୍ଦ୍ର ଯେଉଁ ଦିନ ଚାହିଁବ, ସେହି ଦିନ ବିଜେଡି ଲୋପ ପାଇଯିବ। ଗଣେଶ୍ୱର ନୂଆ ନୂଆ କଂଗ୍ରେସ ଛାଡି ବିଜେଡ଼ିକୁ ଆସିଛନ୍ତି।ଅଣ କଂଗ୍ରେସ ସବୁ ବିଜେପିକୁ ଆସୁଛନ୍ତି। ସେଥିପାଇଁ ମୁଁ କହୁଛି ହୁଇସି ମାରିଲେ ବିଜେଡି ଭାଙ୍ଗିଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking