ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସାମାଜିକ,ନାଗରିକ ଓ ଗାନ୍ଧିପ୍ରେମୀ ସଙ୍ଗଠନମାନଙ୍କ ପକ୍ଷରୁ “ଗାନ୍ଧୀ ଓଡ଼ିଶା ୧୦୦” ର ରାଜ୍ୟସ୍ତରୀୟ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ରେଡ଼କ୍ରସ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ଶିକ୍ଷାବିତ ଓ ସ୍ତମ୍ଭକାର ଡ଼ଃ ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବହୁ ବୁଦ୍ଧିଜୀବୀ , ଶିକ୍ଷାବିତ,ସାମାଜିକ ଓ ନାଗରିକ ସଙ୍ଗଠନର କର୍ମକର୍ତ୍ତା, ରାଜନୈତିକ ନେତୃବୃନ୍ଦ,ଯୁବ ଓ ଛାତ୍ର ସଙ୍ଗଠକ ମାନେ ଯୋଗଦେଇ ନିଜର ସୁଚିନ୍ତିତ ବକ୍ତବ୍ୟ ସହ ଏହି ଉପଲକ୍ଷେ ଏକବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟଖସଡ଼ା ମାନ ପ୍ରସ୍ତୁତ କରିଥିଲେ।”ଗାନ୍ଧୀ ଓଡ଼ିଶା ୧୦୦”ର ଆବାହିକା ଡ଼ଃ ରିନା ରାଉତରାୟ ପ୍ରାରମ୍ଭିକ ସ୍ୱାଗତ ପରିଚୟ ସହ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମକୁ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ରାଷ୍ଟ୍ରିୟ ଅଧ୍ୟକ୍ଷ ମନୋଜ ଜେନା ପରିଚାଳନା କରିଥିଲେ ।
ଏଥିରେ ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀ ଅବସର ବେଉରିଆ, ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି, ଗାନ୍ଧୀବାଦୀ ଚିନ୍ତକ ଓ ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ଉତ୍କଳ ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାସ , ଶିକ୍ଷାବିତ ଡ଼ଃ ସହଦେବ ପାତ୍ର, ଶୋଭନୀୟ ଶିକ୍ଷାଶ୍ରମ ର ଅଧକ୍ଷ୍ୟା ଡ଼ଃ ଅରୁନ୍ଧତୀ ଦେବୀ, ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିର୍ଦେଶକ ବିମଲ ପ୍ରତୀକ ସାହା, ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ,ଓଡ଼ିଶା ନାଗରିକ ସମାଜର ସଭାପତି ଲଳିତମୋହନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବରିଷ୍ଠ ନାଗରିକ କମିଟିର ସଭାପତି ଆଡ଼ଭୋକେଟ ମଧୁମାଧଵ ଜେନା, ରେଡ଼କ୍ରସର ରାଜ୍ୟ ସମ୍ପାଦିକା ଡ଼ଃ କଳ୍ପନା ଦାସ , ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା, କଳିଙ୍ଗ ସେନା ର ଅଧ୍ୟକ୍ଷ ହେମନ୍ତ ରଥ, ପିପିଲି ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ରମେଶ ମହାପାତ୍ର , ସମାଜବାଦୀ ପାର୍ଟି ର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ , ଜନ ଅଧିକାର ପାର୍ଟିର ଜାତୀୟ ସମ୍ପାଦକ ଦେବାଶିଷ ମିଶ୍ର, ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ଆତ୍ମଜାର ସମ୍ପାଦିକା କବିତା ପରିଡ଼ା, କଟକ ଶାନ୍ତି କମିଟିର ସଂପାଦକ ଦୀପାୟନ ପଟ୍ଟନାୟକ, କଦମ ରସୁଲର ଏସ. କେ. ଓବେଦ ଉଲ୍ଲାହ,ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଟିମ ଆଡ଼ମାର୍କର ନିର୍ଦେଶକ ନିଶିକାନ୍ତ ମିଶ୍ର, ସାମାଜିକ କର୍ମୀ ଉଷାରଣୀ ବେହେରା,ଅପର୍ଣ୍ଣା ନାୟକ, ପୂର୍ବତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି, ରଘୁନାଥ ମଣ୍ଡଳ, ପ୍ରମୋଦ ଦେବ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଯୋଗଦେଇ ଗାନ୍ଧୀ ଚିନ୍ତା ଓ ଚେତନା ସାଧାରଣ ଜନତା ଓ ଯୁବପିଢିଙ୍କ ମଧ୍ୟରେ କିପରି ବୌଦ୍ଧିକ ବିକାଶ ଦିଗରେ ସହାୟକ ହୋଇ ପାରିବ ସେ ସମ୍ପର୍କିତ କାର୍ଯ୍ୟ ଖସଡ଼ା ମାନ ପ୍ରସ୍ତୁତ କରିଥିଲେ। ରାଜ୍ୟର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ପଂଚାୟତ ସ୍ତରରେ ମହିଳା ଓ ଯୁବ ସଙ୍ଗଠନମାନଙ୍କୁ ସାମିଲ କରାଯାଇ ଗାନ୍ଧୀ ବିଚାରର ଶାନ୍ତି, ସଦଭାବନା ଓ ସ୍ୱାବଲମ୍ବନ ସମାଜ ଗଠନ ଉପରେ ଗୁରୁତ୍ୱାରୋପ ସହ ବିଭିନ୍ନ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା ।