30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଜି-୨୦ ସମ୍ମିଳନୀ : ସାମିଲ ହେବେ ବିଶ୍ୱର ଅନେକ ବଡ଼ ବଡ଼ ନେତା

ଜି-୨୦ ସମ୍ମିଳନୀ : ସାମିଲ ହେବେ ବିଶ୍ୱର ଅନେକ ବଡ଼ ବଡ଼ ନେତା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ । ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୋ ବାଇଡେନଙ୍କ ସହ ମରିସସ୍, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଜି-୨୦ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗରେ ବିଶ୍ୱର ପ୍ରମୁଖ ନେତା ଆଲୋଚନା କରିବେ । ଏଥିପାଇଁ ଆସନ୍ତାକାଲିଠାରୁ ବିଶ୍ୱନେତା ଭାରତ ପହଞ୍ଚିବା ଆରମ୍ଭ କରିବେ ।

ଜି-୨୦ ସମ୍ମିଳନୀରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ୱାଙ୍ଗ ଚୀନ୍କୁ ପ୍ରତିନିଧିତ୍ୱ କରିବେ
ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଯୋଗଦେବେ ନାହିଁ ବୋଲି ଚୀନ୍ ସ୍ପଷ୍ଟ କରିଛି
ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭାରତ ଗସ୍ତ କରିବେ ଋଷି ସୁନକ୍
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ସମ୍ମିଳନୀରେ ସାମିଲ ହେବେ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ମଧ୍ୟ ଜି-୨୦ ବୈଠକରେ ଯୋଗଦେବେ
ଜାପାନ ପ୍ରଧାନମନ୍ତ୍ରୀ, ଦକ୍ଷିଣ କୋରିଆ ଓ ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ସାମିଲ ହେବେ
ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା ଓ ନାଇଜେରିଆ ରାଷ୍ଟ୍ରପତି ଜି-୨୦ ବୈଠକକୁ ଆସିବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking