19.1 C
Bhubaneswar
Monday, November 18, 2024
Homebuisnessଫ୍ୟୁଚର୍ ରିଟେଲ୍‌-ଆମାଜନ୍ ବିବାଦ: ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ଫ୍ୟୁଚର୍ ରିଟେଲ୍‌-ଆମାଜନ୍ ବିବାଦ: ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫ୍ୟୁଚର୍ ରିଟେଲ୍ ଏବଂ ଆମାଜନ୍ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ ନିଷ୍ପତ୍ତି । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏବଂ କିଶୋର ବିୟାନିଙ୍କ ଫ୍ୟୁଚର ରିଟେଲ୍‌ର ମିଶ୍ରଣକୁ ବିରୋଧ କରି ଆମାଜନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ବୁଧବାର ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଉଭୟ କମ୍ପାନୀ ମଧ୍ୟସ୍ଥତା ଜରିଆରେ ଆଲୋଚନା କରିବା ଆବଶ୍ୟକ । ଫ୍ୟୁଚର ଗ୍ରୁପକୁ କିଣିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆଗ୍ରହୀ ରହିଥିଲା । ଏପରିକି ୨୪ ହଜାର ୫୦୦ କୋଟି ଟଙ୍କାର ଚୁକ୍ତି ମଧ୍ୟ ହୋଇଥିଲା । ତେବେ ଫ୍ୟୁଚର ଗ୍ରୁପର ସହଯୋଗୀ କମ୍ପାନୀ ରହିଥିବା ଆମାଜନ ପକ୍ଷରୁ ନିୟମ ଉଲ୍ଲଂଘନର ଅଭିଯୋଗ ଅଣାଯାଇଥିଲା । ଏହି ମାମଲାକୁ ନେଇ କୋର୍ଟଙ୍କମ ଦ୍ୱାରସ୍ଥ ହୋଇଥିଲା ଆମାଜନ୍ । ଏହା ପରେ ଡିଲ୍ ଅସମ୍ପୂର୍ଣ୍ଣ ମଧ୍ୟ ରହିଥିଲା । ବୁଧବାର କୋର୍ଟ ମାମଲାର ଶୁଣାଣି କରିବା ସହିତ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ଟିବେସନ ସେଣ୍ଟର (ଏସଆଇଏସି) ସମ୍ମୁଖରେ ଉଭୟ ପକ୍ଷ ସହମତିରେ ପହଞ୍ଚିବା ଆବଶ୍ୟକ ବୋଲି ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ କମ୍ପାନୀ ପୁନର୍ବାର ଚର୍ଚ୍ଚା ଆରମ୍ଭ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଏନ୍ ଭି ରମନା, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଏହି ଖଣ୍ଡପୀଠ ଗଠନ କରାଯାଇଥିଲା । ଖଣ୍ଡପୀଠଙ୍କ କହିବା ଅନୁଯାୟୀ ଏସଆଇଏସି ଟ୍ରିବ୍ୟୁନାଲର ମଧ୍ୟସ୍ଥତା ଏଫଆରଏଲ ରିପୋର୍ଟ ଅନୁସାରେ କୋର୍ଟ ନିଜର ପରବର୍ତ୍ତୀ ରାୟ ଶୁଣାଇବେ । ଏହି ରାୟ ଶୁଣାଇବା ପୂର୍ବରୁ ସୁପ୍ରିମକୋର୍ଟ ଉଭୟ ଫ୍ୟୁଚର୍ ଓ ଆମାଜନ୍‌କୁ ଦିଲ୍ଳୀ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସୁପ୍ରିମକୋର୍ଟ କହିଥିଲେ କି ପ୍ରଥମେ ଆମାଜନର ଯାଚିକା ଉପରେ ଏଫଆରଏଲ ରିପୋର୍ଟ ଅନୁଯାୟୀ ଶୁଣାଣି କରାଯିବା ଆବଶ୍ୟକ । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଆମାଜନ ବିରୋଧରେ ଯିବା ପରେ କମ୍ପାନୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ୫ ଜାନୁୟାରୀରେ ଆମାଜନ୍‌ର ଯାଚିକା ପରେ ରିଲାଏନ୍ସ-ଫ୍ୟୁଚର ଡିଲ୍ ଉପରେ କୋର୍ଟ ରୋକ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking