18.1 C
Bhubaneswar
Saturday, November 23, 2024
Homeଓଡିଶାଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ, ଦୁଇଟି ଡୋଜ୍‌ ଟିକା ନେଇଥିବା କର୍ମଚାରୀ ଅଫିସ ଆସିବାକୁ ବାଧ୍ୟ

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ, ଦୁଇଟି ଡୋଜ୍‌ ଟିକା ନେଇଥିବା କର୍ମଚାରୀ ଅଫିସ ଆସିବାକୁ ବାଧ୍ୟ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସମସ୍ତ ଅଫିସ ପୂର୍ଣ୍ଣ କର୍ମଚାରୀରେ ଚାଲିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦୁଇଟି ଡୋଜ୍‌ ଟିକା ନେଇଥିବା ସମସ୍ତ ସରକାରୀ କର୍ମଚାରୀମାନେ ଏବେ ଅଫିସ ଆସିବାକୁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସରକାର । ଏନେଇ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅପ୍ରେଲ ୨୯ ତାରିଖରୁ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଓଡ଼ିଶା ସରାକାରଙ୍କ ଅନ୍ୟ ସମସ୍ତ ବିଭାଗର କର୍ମଚାରୀମାନେ ୫୦ ପ୍ରତିଶତ ହାରରେ ଅଫିସ ଆସୁଥିଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନେ ଜୁନ ଶେଷ ଯାଏ ୫୦ ପ୍ରତିଶତ ଷ୍ଟାଫ୍‌ ରୋଷ୍ଟର ଡ୍ୟୁଟିରେ ଅଫିସ ଆସୁଥିଲେ ।

କେବଳ ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗର କର୍ମଚାରୀମାନେ ପୂର୍ଣ୍ଣ ଭାବେ ଅଫିସ ଆସୁଥିଲେ । ହେଲେ ଏବେ ଓଡ଼ିଶା ସରକାରଙ୍କ ସମସ୍ତ କର୍ମଚାରୀ ଯେଉଁମାନେ ଦୁଇଟି ଡୋଜ୍‌ କରୋନା ଟିକା ନେଇଛନ୍ତି ସେମାନେ ଏବେ ଅଫିସ ଆସିବାକୁ ବାଧ୍ୟ ବୋଲି ରାଜ୍ୟ ସରକାର କହିଛନ୍ତି । ଯେଉଁ କର୍ମଚାରୀମାନେ ସ୍ୱାସ୍ଥ୍ୟଗତ କିମ୍ବା କିଛି ବାଧ୍ୟ ପରିସ୍ଥିତିରୁ ଟିକା ନେଇ ପାରି ନାହାଁନ୍ତି ସେମାନଙ୍କ ସ୍ଥଳେ ଏହି ନିର୍ଦ୍ଦେଶ ଲାଗୁ ହେବନାହିଁ । ହେଲେ ଯେଉଁମାନେ ଏଭଳି କିଛି କାରଣ ନଥାଇ ଟିକା ନେଇନାହାଁନ୍ତି ସେମାନଙ୍କୁ ଅଫିସ ଆସିବାକୁ ଅନୁମତି ମିଳିବ ନାହିଁ । ଅଫିସରେ ସେମାନଙ୍କ ଅନୁପସ୍ଥିତିକୁ ନିଜ ଇଚ୍ଛାଗତ ବୋଲି ଧରିନିଆଯିବ । ଏହାଛଡ଼ା ରାଜ୍ୟସରକାରଙ୍କ ସମସ୍ତ ଅଫିସ ୨ୟ ଓ ୪ର୍ଥ ଶନିବାର ବନ୍ଦ ରହିବା ସହ ଅନ୍ୟ ଶନିବାର କାର୍ଯ୍ୟ କରିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking