19.1 C
Bhubaneswar
Friday, November 22, 2024
Homeଓଡିଶାରଣଗାଁ ନିରଞ୍ଜନ ସାହୁ ମୃତ୍ୟୁ ଘଟଣା : ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅନଶନ

ରଣଗାଁ ନିରଞ୍ଜନ ସାହୁ ମୃତ୍ୟୁ ଘଟଣା : ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅନଶନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ରଣଗାଁ ଗ୍ରାମର ଏକ ନିତ୍ୟ ବ୍ୟବହାର୍ଯ୍ୟ କୂଅ ମଧ୍ୟରୁ ଏକ ମହିଳାଙ୍କ ଚୂନିରେ ବେକ ବନ୍ଧା ହୋଇଥିବା ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ପୋଲିସ୍ ଅଦ୍ୟାବଧି କାହାକୁ ଗିରଫ କରିନଥିବା ପ୍ରତିବାଦରେ ମୃତକ ପରିବାର ସଦସ୍ୟମାନେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ସୂଚନା ଅନୁଯାୟୀ, ଗତ ଜୁନ୍‌ମାସ ୨୦ ତାରିଖରେ ଚକାପାଦ ବ୍ଲକ ଚକାପାଦ ପଞ୍ଚାୟତ ରଣଗାଁ ଗ୍ରାମର ବିରଞ୍ଚି ସାହୁଙ୍କ ମଧ୍ୟମ ପୁତ୍ର ନିରଞ୍ଜନ ସାହୁ(୨୨)ଙ୍କ କୂଅ ମଧ୍ୟସ୍ଥକାଠରେ ଝୁଲନ୍ତା ଅବସ୍ଥାରେ ପୋଲିସ୍ ଶବ ଉଦ୍ଧାରକରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତେବେ ଏହା ଏକ ସୁଚିନ୍ତିତ ହତ୍ୟ।।କାଣ୍ଡ ବୋଲି ଦର୍ଶାଇ ପରିବାର ପକ୍ଷରୁ ଗତ ଜୁନ ୨୮ତାରିଖରେ ପରିବାର ପକ୍ଷରୁ ଲିଖିତ ଭାବେ ଚକାପାଦ ଥାନାରେ ଦିଆଯାଇଥିଲା ।

ପ୍ରେମ ବ୍ୟାପାରକୁ ନେଇ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହିତ ଏହି ହତ୍ୟାକାଣ୍ଡ ପଛରେ ତାଙ୍କ ପ୍ରେମିକାଙ୍କ ପରିବାର ସଂପୃକ୍ତ ବୋଲି ମଧ୍ୟ ଏତଲାରେ ଦର୍ଶାଯାଇଥିଲା । ଅଦ୍ୟାବଧି ପୋଲିସ୍ କାହାରିକୁ ଗିରଫ କରିନଥିବା ନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହିତ କୌଣସି ପ୍ରକାର ତଦନ୍ତ ନକରି ପୁଲିସ୍ ଏହା ଏକ ଆତ୍ମହତ୍ୟା ବୋଲି ପ୍ରକାଶ କରିବା ଘଟଣାକୁ ପରିବାର ଲୋକେ ଗ୍ରହଣ କରିପାରିନାହାନ୍ତି । ଘଟଣାକୁ ଚପାଇ ଦେବାକୁ ଚକାପାଦ ଥାନା ପକ୍ଷରୁ ଜୋର ସୋର ଉଦ୍ୟମ ଚାଲିଥିବା ମଧ୍ୟ ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇ ଏହାର ଉଚିତ୍ ପଦକ୍ଷେପ ପାଇଁ ଦାବିକରି ଆଜି ପରିବାର ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବାର ଦେଖାଯାଇଛି । ତେବେ ଇତିମଧ୍ୟରେ ଗତ ଜୁନ୍ ୨୮ତାରିଖରେ କନ୍ଧମାଳ ଏସ୍‌ପିଙ୍କ ମଧ୍ୟ ଡାକ ଦ୍ୱାରା ପରିବାର ପକ୍ଷରୁ ଏତଲା ଦିଆଯିବା ସହିତ ଜୁନ ୩୦ତାରିଖରେ ମୃତ ଯୁବକଙ୍କ ପରିବାର ବର୍ଗ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ସାକ୍ଷାତ କରି ଏକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଇତି ମଧ୍ୟରେ ଦୀର୍ଗଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ଓ ନ୍ୟାୟ ଦାବିରେ ଆଜି ପରିବାର ବର୍ଗ ଏସ୍‌.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବାର ପ୍ରକାଶ କରିଛନ୍ତି । ତେବେ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରୁଥିବା ଚକାପାଦ ଥାନା ଅଧିକାରୀ ଓ ଅନ୍ୟ କିଛି କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ପରିବାର ବର୍ଗ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ଦାବିକରିଛନ୍ତି । ନ୍ୟାୟ ନମିଳିଲେ ପରିବାର ଆଗାମି ଦିନରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ ବୋଲି ମଧ୍ୟ ଚେତାବନୀ ଦେଇଥିବା ବେଳେ ଆଜି ଅନଶନ ଜାଣିବା ପରେ କନ୍ଧମାଳ ଏସ୍‌ପି ପୀଡ଼ିତ ପରିବାରର କିଛି ସଦସ୍ୟମାନଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ଆସନ୍ତାକାଲି ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିବାର ବର୍ଗ ଅନଶନରୁ ଓହରିଥିବା ପ୍ରକାଶ ।ତେବେ ଏହି ଘଟଣା ଗତ କିଛିଦିନ ହେଲା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking