26.1 C
Bhubaneswar
Friday, March 29, 2024
Homeଓଡିଶାମହିଳାଙ୍କ ଗଳିତ ଶବ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା

ମହିଳାଙ୍କ ଗଳିତ ଶବ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା

ଗଞ୍ଜାମ : ଗୋଟିଏ ଝିଅ ପାଇଁ ବରପାତ୍ର ଖୋଜି ବାହାଘର କରାଇଦେବାପାଇଁ ମଧ୍ୟସ୍ଥିର ଦାୟିତ୍ୱ ନେଇଥିଲା ଅଭିଯୁକ୍ତ । ତେବେ ସେହି ଝିଅଠାରେ ନିଜେ ଶାରୀରିକ ସମ୍ପର୍କ ରଖିବାସହ ନିଜେ ପ୍ରେମବିବାହ ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ ଶେଷରେ ନିଜେ ମଧ୍ୟସ୍ଥ ଅଭିଯୁକ୍ତ ସାଜି ଝିଅକୁ ହତ୍ୟାକରି ସବୁଦିନପାଇଁ ରାସ୍ତାରୁ ହଟାଇଦେଲା । ୪ ମାସପୂର୍ବେ ଘଟିଥିବା ଏଭଳି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ସହ ରତନେଇ ପାହାଡ଼ ରାସ୍ତାରେ ରହସ୍ୟାବୃତ୍ତ ନୀଳଶାଢ଼ି ରହସ୍ୟ ଉନ୍ମୋଚନ କରିଛି ପାଟପୁର ପୁଲିସ । ଚର୍ଚ୍ଚିତ ଘଟଣାକ୍ରମରେ ପାଟପୁର ଥାନା ରତନେଇ ପାହାଡ଼ ରାସ୍ତାପାର୍ଶ୍ୱରୁ ଗତ ମାର୍ଚ୍ଚମାସ ୧୫ ତାରିଖଦିନ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଗଳିତଶବକୁ ପୁଲିସ ଉଦ୍ଧାର କରିଥିଲା । ପାରିପାର୍ଶ୍ୱିକ ପରିସ୍ଥିତି ଓ ପ୍ରାଥମିକ ତଦନ୍ତବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରିଥିଲା । ଘଟଣା ସ୍ଥଳରୁ ଗୋଟିଏ ନୀଳଶାଢ଼ି, ପାଉଁଜି, ଚୁଡ଼ି, ଚପଲ ଜବତ ହୋଇଥିଲା ।

ହତ୍ୟାକାଣ୍ଡ ସ୍ଥଳରେ ଫୋରେନସିକ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରିଥିଲେ । ସ୍ଥାନୀୟ ସରପଞ୍ଚ ନିରାକାର ପ୍ରଧାନଙ୍କ ରିପୋର୍ଟ ଆଧାରରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଶେଷରେ ହତ୍ୟାର ଶିକାର ମୃତ ଯୁବତୀର ପିନ୍ଧା ଶାଢ଼ି ଓ ସାମଗ୍ରୀ ଶେଷରେ ହତ୍ୟାକାରୀ ନିକଟରେ ପହଞ୍ଚାଇବା ସହ ରହସ୍ୟ ଉନ୍ମୋଚନ ହେଲା । ପାଟପୁର ଥାନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରାପ୍ତ ବିବରଣୀ ପ୍ରକାରେ ଏହି ଥାନା ଅନ୍ତର୍ଗତ ସୁମନ୍ତପୁର ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ ଓ ତାଙ୍କ ସ୍ତ୍ରୀ ସୁଦେଷ୍ଣା ଗୌଡ଼ ଥାନାକୁ ଆସି ତାଙ୍କ ବଡ଼ଝିଅ ବନିତା ଗୌଡ଼ (୩୭) ଗତ ମାର୍ଚ୍ଚ ୮ତାରିଖରୁ ନିଖୋଜ ଥିବା ରିପୋର୍ଟ ଦେଇଥିଲେ । ରତନେଇ ପାହାଡ଼ରାସ୍ତାରେ ମହିଳାଙ୍କ ଗଳିତ ଶବ ପାଖରୁ ମିଳିଥିବା ନୀଳଶାଢ଼ି ସାମଗ୍ରୀକୁ ନିଜ ଝିଅର ବୋଲି ସେମାନେ ଚିହ୍ନଟ କରିଥିଲେ ।

ପରେ ବାପା ମାଙ୍କ ରକ୍ତ ନମୁନା ସଂଗ୍ରହ ସହ ଡିଏନ୍‌ଏ ପରୀକ୍ଷଣ ପାଇଁ ଭୁବନେଶ୍ୱର ରସୁଲଗଡସ୍ଥିତ ରାଜ୍ୟ ଅପରାଧ ଅନୁସନ୍ଧାନ ବୈଜ୍ଞାନିକ ପ୍ରୟୋଗଶାଳାକୁ ପଠାଯାଇଥିଲା । ଡିଏନ୍‌ଏ ରିପୋର୍ଟରୁ ଅଜଣା ଗଳିତ ଶବଟି ସୁମନ୍ତପୁର ଗ୍ରାମର ଦୁର୍ଯ୍ୟୋଧନ ଓ ସୁଦେଷ୍ଣାଙ୍କ ଝିଅର ବୋଲି ଜଣାପଡିଥିଲା। ପୁଲିସ ଅପମୃତ୍ୟୁ ମାମଲାକୁ ଥାନା ମାମଲା ୨୨୬/୨୧ ୟୁ. ଏସ ୩୦୨/୨୦୧ଆଇପିସିରେ ରୁଜୁ କରାଯାଇ କ୍ରିୟାଶୀଳ କରାଯାଇଥିଲା । ତଦନ୍ତ ବେଳେ ପୁଲିସ ସୂଚନା ପ୍ରକାରେ ମୃତ ଯୁବତୀଙ୍କର ବିବାହରେ ବିଳମ୍ବ ହେଉଥିବା ଯୋଗୁଁ ଝିଅର ବାପାମା’ ନିକଟସ୍ଥ ଆମ୍ବଗାଁର ଡ଼ାକ ଭୂୟାଁ (୪୬) ନାମକ ବ୍ୟକ୍ତିଙ୍କୁ ବିବାହ କରାଇବା ପାଇଁ ଦାୟିତ୍ୱ ଦେଇଥିଲେ ।

ତେବେ ବିବାହ ବିଷୟରେ କଥାହେବା ବାହାନାରେ ଡାକ ବାରମ୍ବାର ଝିଅର ଘରକୁ ଯାତାୟତ କରୁଥିଲା ଓ ଯୁବତୀକୁ ଗୋଟିଏ ମୋବାଇଲ ଫୋନ ମଧ୍ୟ ଦେଇଥିଲା । ଧୀରେ ଧୀରେ ଡ଼ାକ ଓ ଯୁବତୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ଦୁହେଁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଡାକ ଭୂୟାଁର ଘରେ ଏଥିନେଇ ଅଶାନ୍ତି ସୃଷ୍ଟି ହେଉଥିଲା । ଅଶାନ୍ତିରୁ ମୁକ୍ତି ପାଇଁ ଯୁବତୀଙ୍କୁ ସବୁଦିନପାଇଁ ରାସ୍ତାରୁ ହଟାଇବା ଯୋଜନା କରି ଗତ ମାର୍ଚ୍ଚ ୮ ତାରିଖରେ ପୂର୍ବଯୋଜନା ମୁତାବକ ଯୁବତୀକୁ ରତନେଇ ମନ୍ଦିର ଯିବାକୁ ଡାକିବା ସହ ଦୁହେଁ ସାଇକେଲରେ ରତନେଈ ଯାଇଥିଲେ । ଯୁବତୀ ଡାକଙ୍କ ସହ ରତନେଇ ଯିବାବେଳେ ପଡ଼ିଶା ଘରୁ କିଛି ଗହଣା ମାଗି ପିନ୍ଧିଆସିଥିଲେ । ଦୁହେଁ ପାହାଡ଼ ତକେ ସାଇକେଲ ରଖି ଉପର ମନ୍ଦିର ରାସ୍ତାରେ ଚାଲି ଚାଲି ଯିବା ସହ ରାସ୍ତା ତଳକୁ ଖସି ଜଙ୍ଗଲ ରାସ୍ତା ପାର୍ଶ୍ୱ ଏକ ପଥର ଚଟାଣ ଉପରେ ବସିବା ସହ ଶାରୀରିକ ସମ୍ପର୍କ ରଖିଥିଲେ ।

ପରେ ଡାକ ବନିତାକୁ ରଶି ସହାୟତାରେ ବେକକୁ ଚିପି ହତ୍ୟା କରିବା ସହ ପିନ୍ଧା ଗହଣା ସବୁ ଡାକ ନେଇଯାଇଥିଲା ବୋଲି ପୁଲିସ ପ୍ରକାଶ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ଜଣେ ନା ଏକାଧିକ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲିଥିବା ପୁଲିସ ପ୍ରକାଶ କରିଛି । ଅଭିଯୁକ୍ତ ଡାକ ଭୂୟାଁକୁ ଗିରଫ କରିବା ସହ ଅଳଙ୍କାର, ମୋବାଇଲ ଫୋନ ଜବତ କରିଛି । ତେବେ କି ପ୍ରକାର, କେତେ ପରିମାଣର ଗହଣା ଜବତ ହୋଇଛି ତାହା ଅଧିକ ତଦନ୍ତରେ ବ୍ୟଘାତ ଯୋଗୁଁ ପୁଲିସ ପ୍ରକାଶ କରିନାହିଁ । ୪ ମାସ ପୂର୍ବେ ସଂଗଠିତ ବହୁଚର୍ଚ୍ଚିତ ରତନେଇ ପାହାଡ଼ ରାସ୍ତାରେ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା ଓ ଜବତ ନୀଳଶାଢ଼ି ରହସ୍ୟର ଉନ୍ମୋଚନ ପୁଲିସ ପକ୍ଷରୁ କରାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଉପସ୍ଥିତ ହତ୍ୟାକାଣ୍ଡ ସମ୍ପର୍କିତ ବିବୃତ୍ତି ଦେଇଥିଲେ!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking