31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସ୍ୱିଗି-ଜୋମାଟୋକୁ ଏଫଏସଏସଏଆଇର ନିର୍ଦ୍ଦେଶ

ସ୍ୱିଗି-ଜୋମାଟୋକୁ ଏଫଏସଏସଏଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଖାଦ୍ୟ ଅର୍ଡର କରିବା ଓ ଡେଲିଭରି କରିବାର ସୁବିଧା ଦେଉଥିବା ସ୍ୱିଗି-ଜୋମାଟୋ ଭଳି କମ୍ପାନୀକୁ ଭଲ ଗୁଣବତ୍ତା ବା ଭଲ କ୍ବାଲିଟିର ଖାଦ୍ୟ ପହଁଞ୍ଚାଇବା ପାଇଁ କଡା ନିର୍ଦେଶ ଦେଇଛି। ଏଫଏସଏସଏଆଇ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ଏହି ଏଗ୍ରିଗେଟର କମ୍ପାନୀ ପାଇଁ ୧ ଜୁଲାଇରୁ ନୂଆ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରିଛି। ଏଫଏସଏସଏଆଇ ର ସୂଚନା ଅନୁସାରେ, ୧ ଜୁଲାଇରୁ ସ୍ୱିଗି-ଜୋମାଟୋ ଭଳି କମ୍ପାନୀକୁ ଖାଦ୍ୟ ଡେଲିଭର କରିବା ପୂର୍ବରୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ଯେଉଁ ରେଷ୍ଟୁରାଣ୍ଟ କିମ୍ବା ହୋଟେଲରୁ ଖାଦ୍ୟ ସେ ଡେଲିଭରି କରନ୍ତି,ତା ଉପରେ ପୋଷକ ତତ୍ତ୍ବର ପୁରା ସୂଚନା ରହୁ। ସବୁ ଇ-କମର୍ସ ଖାଦ୍ୟ କାରବାର ପରିଚାଳକ (ଏଫବିଓ)କୁ ଲେଖିଥିବା ଚିଠିରେ ଏଫଏସଏସଏଆଇ କହିଛି, ନିଜର ମୋବାଇଲ ଆପ୍ ସହିତ ସବୁ ପ୍ରକାର ଖାଦ୍ୟରେ ଉପସ୍ଥିତ କ୍ୟାଲୋରୀ, ପୋଷକ ତତ୍ତ୍ବର ଉପସ୍ଥିତି ଓ ଏହାର ଖରାପ ପ୍ରଭାବ ସମ୍ପର୍କରେ ସୂଚନା ବାଧ୍ୟତାମୂଳକ ଭାବରେ ପ୍ରଦର୍ଶିତ କରିବେ। ଏଭଳି କରିବା ଫଳରେ ଉପଭୋକ୍ତଙ୍କୁ ଭଲ ଖାଦ୍ୟ ଉତ୍ପାଦନ ଚୟନ କରିବାରେ ସହଜ ହେବ। ଏଫଏସଏସଏଆଇ ଖାଦ୍ୟ ସେବା ପ୍ରତିଷ୍ଟାନ ପାଇଁ ୨୦୨୦ ରେ ଲେବଲିଂ ଓ ଡାଟା ଡିସପେ୍ଲ ପ୍ରଦର୍ଶିତ କରୁଥିବା ନିୟମକୁ ନେଇ ଆସିଥିଲା। ଏବେ ଏହାକୁ ଇ-କମର୍ସ ଫୁଡ କମ୍ପାନୀ ଉପରେ ଲାଗୁ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking