ନୂଆଦିଲ୍ଲୀ : ପ୍ରିୟଙ୍ଗକା ଦେବୀଙ୍କ ଏକମାତ୍ର ଗୋଲ୍ ବଳରେ ଭାରତୀୟ ମହିଳା ଫୁଟ୍ବଲ୍ ଜୋର୍ଡାନ୍ର ଟିମ୍ ପ୍ରିନ୍ସ ମହମ୍ମଦ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ କମ୍ ର୍ୟାଙ୍କିଙ୍ଗ୍ର ଟିମ୍ ଇଜିପ୍ଟକ ୧-୦ ଗୋଲ୍ରେ ହରାଇ ଦେଇଛି । ଭାରତ ପକ୍ଷରୁ ଏହା ପ୍ରିୟଙ୍ଗକାଙ୍କ ପ୍ରଥମ ଗୋଲ୍ । ପ୍ରଥମ ହାଫ୍ରେ ଭାରତ ବିଶ୍ୱର ୯୫ ନମ୍ବର ଇଜିପ୍ଟ ଟିମ୍ ବିପକ୍ଷରେ ଆଧିପତ୍ୟ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା । କ୍ୟାପ୍ଟେନ୍ ଆଶାଲତା ଦେବୀ ୧୮ତମ ମିନିଟ୍ରେ ଏକ ସୁନ୍ଦର ମୁଭ୍ ସୃଷ୍ଟି କରିଥିଲେ ମଧ୍ୟ ଅଞ୍ଜୁ ନିରାଶ କରିଥିଲେ । ଏହାର ଦୁଇ ମିନିଟ୍ ପରେ ଦାଲିମାଙ୍କ ପାସ୍ରୁ ମନୀଷାଙ୍କୁ ଗୋଲ୍ ସ୍କୋର୍ର ଏକ ଆକର୍ଷଣୀୟ ସୁଯୋଗ ମିଳିଥିଲେ ମଧ୍ୟ ତାଙ୍କ ଶଟ୍କୁ ପ୍ରତିପକ୍ଷ ଗୋଲ୍କିପର୍ ରୋକି ଦେଇଥିଲେ । ଭାରତ ଲଗାତାର ଆକ୍ରମଣ କରି ବିରୋଧୀ ଟିମ୍କୁ ଚାପରେ ରଖିଥିଲା ଏବଂ ୩୦ତମ ମିନିଟ୍ରେ ଭାରତକୁ ଏହାର ଲାଭ ମିଳିଥିଲା । ମନୀଷାଙ୍କ କ୍ରସ୍ରେ ଦଲିମା ପ୍ରିୟଙ୍ଗକାଙ୍କୁ ପାସ୍ ଦେଇଥିଲେ ଏବଂ ଏହି ଯୁବ ମିଡ୍ଫିଲ୍ଡର୍ କୌଣସି ତ୍ରୁଟି ନକରି ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ । ଭାରତ ହାଫ୍ଟାଇମ୍ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ ହାଫ୍ରେ ଭାରତୀୟ ଟିମ୍ ଅଧିକ ସୁଯୋଗ ସୃଷ୍ଟି କରିଥିଲା । ମୁଖ୍ୟ କୋଚ୍ ଥୋମାସ୍ ଡେନର୍ବୀ ଫରୱାର୍ଡ ରେଣୁଙ୍କ ସ୍ଥାନରେ ପ୍ୟାରୀ ଖାଖାଙ୍କୁ ପଡ଼ିଆକୁ ପଠାଇଥିଲେ । ପ୍ୟାରୀ ୫୩ତମ ମିନିଟ୍ରେ ଗୋଲ୍ ସ୍କୋର୍ର ନିକଟତର ହୋଇଥିଲେ ମଧ୍ୟ ପ୍ରତିପକ୍ଷ ଗୋଲ୍କିପର୍ ତାଙ୍କ ଆକ୍ରମଣକୁ ବିଫଳ କରିଦେଇଥିଲେ । ଏହାପରେ ଉଭୟ ଟିମ୍ ଗୋଲ୍ ପାଇଁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ସଫଳତା ମିଳି ନଥିଲା ଏବଂ ଶେଷ ସୁଦ୍ଧା ଭାରତ ୧-୦ ଗୋଲ୍ରେ ଆଗୁଆ ରହି ବିଜୟୀ ହୋଇଥିଲା । ଏହା ଜୋର୍ଡାନ୍ରେ ଭାରତ ପ୍ରଥମ ବିଜୟ ।