24.1 C
Bhubaneswar
Monday, December 23, 2024
Homeଓଡିଶାଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ବରଗଡ଼: ମିଳିମିଶି ମଦ୍ୟପାନ କଲେ ଦୁଇ ଯୁବକ । ପରେ ଏହି ବଚସା ହତ୍ୟାକାଣ୍ଡରେ ପରିଣତ ହୋଇଛି । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଏଭଳି ଏକ ଘଟଣା ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଗଜରାଜ ଭୁଏ । ପୋଲିସ ଏହି ମାମଲାରେ ଅଭିଯୁକ୍ତ ସେହି ଗାଁର ସଦାମନ ବରିହାକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଉଭୟ ସାଙ୍ଗ ଗଜରାଜ ଏବଂ ସଦାମନ ମଦ ପିଇବାକୁ ଯାଇଥିଲେ । ମଦ ପିଇବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସଦାମନ ଘରୁ ଗୋଟିଏ ଠେଙ୍ଗା ଆଣି ଗଜରାଜଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପିଟି ଚାଲିଥିଲା । ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହେବାରୁ ସେ ସେଠାରେ ଟଳି ପଡ଼ିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌? ହତ୍ୟାରେ ବ୍ୟବହୃତ ଠେଙ୍ଗା ମଧ୍ୟ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking