30.1 C
Bhubaneswar
Wednesday, December 4, 2024
Homeଅପରାଧବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଘର ଆଗରେ ବସିଲେ ଯୁବତୀ

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଘର ଆଗରେ ବସିଲେ ଯୁବତୀ

କଣାସ: କଣାସ ବ୍ଲକ୍ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ ସାହସପୁର ଗ୍ରାମର  ଜଣେ ଯୁୂବତୀ ପାଖ ଗାଁ ପାଇକମରାର ଜଣେ ଯୁବକଙ୍କୁ ଭଲ ପାଇ ଏବେ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ପାଇକମରାର ସୁଶାନ୍ତ ମହାପାତ୍ରଙ୍କୁ ଭଲ ପାଇଥିବାବେଳେ ଉଭୟ ଉଭୟଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ । ୪ବର୍ଷରୁ ଊର୍ଦ୍ଧ୍ୱ ହେବ ସମ୍ପର୍କ ଥିବାବେଳେ ବିଭିନ୍ନ ସମୟରେ ଦୈହିକ ସମ୍ପର୍କ ରଖିଥିଲେ ସୁଶାନ୍ତ । ମାତ୍ର ଏବେ ସୁଶାନ୍ତ ବିବାହ ପାଇଁ ଅରାଜି ହେବାରୁ ଭଦ୍ରଲୋକଙ୍କ ଦ୍ୱାରା ଆପୋସ ସମାଧାନ କରାଯିବାକୁ ଉଦ୍ୟମ ହୋଇଥିଲା । ଏପରିକି ଭଦ୍ରଲୋକ ବୈଠକ କରି ପୁଅର ପିତାଙ୍କୁ ବିବାହ କରାଇବାକୁ କହିଥିଲେ । ହେଲେ ପୁଅର ପିତା ସାଗର ମହାପାତ୍ର ରାଜି ହୋଇଥିଲେ ବି ଦିନ ଗଡ଼ାଇଚାଲିବାରୁ ଦୁଇ ଗ୍ରାମର କିଛି ଭଦ୍ରବ୍ୟକ୍ତି ବସି ବିବାହ କରିବାପାଇଁ ପୁଅର ବାପା ସାଗର ମହାପାତ୍ରଙ୍କ ଉପରେ ଚାପ ପକାଇଥିଲେ ।

ତଥାପି ବିବାହ ପାଇଁ ଦିନ ବାରମ୍ବାର ଗଡ଼ାଇବାରୁ ଝିଅ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲା । ଫଳରେ ମଧ୍ୟସ୍ଥିଙ୍କ ଜରିଆରେ ଗତ ୨୮ ତାରିଖରେ ଉଭୟ ଗ୍ରାମର ଭଦ୍ରବ୍ୟକ୍ତି ବସି ସଭା କରିଥିଲେ । ଏଥିରେ ଖୁବ୍‌ଶୀଘ୍ର ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଉକ୍ତ ନିଷ୍ପତ୍ତିକୁ ପୁଅ ଓ ତାଙ୍କ ପରିବାର ଲୋକେ ଅବମାନନା କରିବାରୁ ଭଦ୍ରବ୍ୟକ୍ତିମାନେ ଅସମର୍ଥ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଝିଅ ତାଙ୍କ ବନ୍ଧୁଘରେ ଥିବାବେଳେ ସୁଶାନ୍ତ ଓ ତା’ର ୨ ଜଣ ସହଯୋଗୀ ସେଠାକୁ ଯାଇ ସଭାକୁ ଡକାଯାଇଛି କହି ନେଇଆସିଥିଲେ ।

ହେଲେ ଘରକୁ ନଆଣି ଜାଗୁଳାଈପଦର ଓ ସାହସପୁର ଗ୍ରାମ ରାସ୍ତାର ଏକ ନିଛାଟିଆ ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଥିଲେ । ଝିଅ କୌଣସି ମତେ ଗୋଡ଼ହାତ ଖୋଲି ଗାଁରେ ପହଞ୍ଚି ସମସ୍ତ ଘଟଣା କହିବା ସହିତ ଘରେ ନରହି ପୁଅଘର ଆଗରେ ବସିରହିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଝିଅ ଘର ପକ୍ଷରୁ ଗଡ଼ିଶାଗୋଦା ଥାନାରେ ଏକ ଏତଲା ଦିଆଯାଇଛି । ଅଭିଯୋଗ ପରେ ଗଡ଼ିଶାଗୋଦା ଥାନା ଅଧିକାରୀ ବିବାହ ପ୍ରତିଶ୍ରୁତିଦେଇ ଫାଙ୍କୁଥିବା ସୁଶାନ୍ତ ମହାପାତ୍ର ଓ ପିତା ସାଗର ମାହପାତ୍ରଙ୍କୁ ଡକାଇ ଆଲୋଚନା କରୁଥିବା ଜଣାପଡ଼ିଛି । ପ୍ରେମିକାଙ୍କ ପକ୍ଷରୁ ଏ ସମ୍ପର୍କରେ ମହିଳା କମିଶନଙ୍କୁ ଅବଗତ କରାଯାଇଥିବା ମଧ୍ୟ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking