23.1 C
Bhubaneswar
Friday, January 10, 2025
Homeଅପରାଧସରକାରୀ ଠିକା କାର୍ଯ୍ୟ ଦେବା ନାଁରେ ଠକେଇ ମାମଲା : ନକଲି 'ର’ ଅଫିସର ଗିରଫ

ସରକାରୀ ଠିକା କାର୍ଯ୍ୟ ଦେବା ନାଁରେ ଠକେଇ ମାମଲା : ନକଲି ‘ର’ ଅଫିସର ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୧କୋଟି ୧୭ଲକ୍ଷ ଠକେଇ ମାମଲାରେ ଜଣେ ନକଲି ର’ ଏଜେନ୍ସି ଅଫିସରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀ, ଦ୍ୱାରିକା ଥାନା ସେକ୍ଟର-୨୩ରେ ରହୁଥିବା ରାଜେଶ ଗେହଲଟ । ଗିରଫ ପରେ ଇଓଡବ୍ଲୁ ତାଙ୍କୁ ଦ୍ୱାରିକା କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡିଶା ଆଣିଛି । ଆସନ୍ତା ୨୪ତାରିଖ ସୁଦ୍ଧା ଇଓଡବ୍ଲୁ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଏସ୍‌ଡିଜିଏମ୍ କୋର୍ଟରେ ହାଜର କରିବ । ଏହି ମାମଲାରେ ଗତ ଅକ୍ଟୋବର ୩୦ତାରିଖରେ ସୁର୍ଯ୍ୟମଣୀ ତ୍ରିପାଠୀ ଓ ଅମିତ କୁମାର ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରିଥିଲା ।

ସୂର୍ଯ୍ୟମଣୀ ନିଜକୁ ଆଇଏଏସ୍ ଅଫିସର ଏବଂ ଅମିତ ପୂର୍ତ୍ତ ବିଭାଗ(ପିଡ଼ବ୍ଲୁଡ଼ି) ଇଞ୍ଜିନିୟର ଭାବେ ପରିଚୟ ଦେଇ ଠକିଥିଲେ । ତେବେ ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଫେରାର ଥିବାବେଳେ ତାଙ୍କୁ ଧରିବାକୁ ଇଓଡବ୍ଲୁ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ଷ୍ଟେନ୍‌ଲେସ ଷ୍ଟିଲ୍ ନାମକ ଏକ କମ୍ପାନୀ ନୂଆଦିଲ୍ଲୀରେ ଅଛି । ଏହାର ମାଲିକ ରିକବ ଚାନ୍ଦ ମୁନୋତ ଓରଫ ମୁକେଶ ଜୈନ ଅଟନ୍ତି । ତାଙ୍କ କମ୍ପାନୀର ଏକ ଶାଖା ଭୁବନେଶ୍ୱର କଳିଙ୍ଗନଗରରେ ରହିଛି । ଏହି ଶାଖାକୁ ମୁକେଶଙ୍କ ପୁଅ ଅକ୍ଷୟ ମୁନୋତ ବୁଝାବୁଝି କରନ୍ତି । ମୁକେଶ ୨୦୧୭ମସିହାରେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ରାଜେଶ ଗେହଲଟ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥିଲେ । ରାଜେଶ ନିଜକୁ ର’ ଏଜେନ୍ସିର ଅଫିସର ବୋଲି ପରିଚୟ ଦେଇଥିଲେ ।

ଏହାସହ ତାଙ୍କର ଓଡ଼ିଶାରେ ଅନେକ ଆଇଏଏସ୍ ଅଫିସରଙ୍କ ସହ ସମ୍ପର୍କ ଥିବା କହିଥିଲେ । ଏହାଶୁଣି ମୁକେଶ ସରକାରୀ କାମ ଠିକାରେ କରାଇଦେବାକୁ ତାଙ୍କୁ କହିଥିଲେ । ଏହାପରେ ରାଜେଶ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଅଭିଯୁକ୍ତ ସୂର୍ଯ୍ୟମଣୀ ତ୍ରିପାଠୀଙ୍କୁ ନେଇ ମୁକେଶଙ୍କ ସହ ସାକ୍ଷାତ କରାଇ ଦେଇଥିଲେ । ସେଠାରେ ସୂର୍ଯ୍ୟମଣୀ ନିଜକୁ ଆଇଏଏସ୍ ଅଫିସର ବୋଲି ପରିଚୟ ଦେବା ସହ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗରେ ଅତିରିକ୍ତ ସଚିବ ଥିବା କହିଥିଲେ । ସୂର୍ଯ୍ୟମଣୀ ଓ ରାଜେଶ ଦୁହେଁ ମିଶି ମୁକେଶ ଓ ତାଙ୍କ ପୁଅଙ୍କୁ ପ୍ରଧାନମନ୍ତ୍ରୀ ଯୋଜନା ଅଧିନରେ ଓଡ଼ିଶାରେ ବିଭିନ୍ନ ସରକାରୀ ଠିକା କାମ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମୁକେଶଙ୍କୁ ୨୦୧୮ ଜାନୁଆରୀରେ ସୂର୍ଯ୍ୟମଣୀ ତ୍ରିପାଠୀ ଓଡ଼ିଶା ଡ଼କାଇଥିଲେ । ଏଠାରେ କାର୍ଯ୍ୟ କରିବା ପାଇଁ ପୂର୍ତ୍ତ ବିଭାଗ(ପିଡବ୍ଲୁଡି) ସହିତ ଚୁକ୍ତି କରିବାକୁ ପଡ଼ିବ ବୋଲି କହିଥିଲେ । ଏନେଇ ମୁକେଶ ଓ ତାଙ୍କ ପୁଅ ଭୁବନେଶ୍ୱର ନିର୍ମାଣ ସୌଧକୁ ଯାଇଥିଲେ । ସେଠାରେ ସୂର୍ଯ୍ୟମଣୀ ଅଭିଯୁକ୍ତ ଅମିତ୍‌କୁ ପୂର୍ତ୍ତ ବିଭାଗର ଯନ୍ତ୍ରୀ କହି ପରିଚୟ କରାଇଥିଲା । ଏହାପରେ ଉଭୟ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟକୁ ମୁକେଶ ଓ ତାଙ୍କ ପୁଅକୁ ନେଇ ଯାଇଥିଲେ । ସେଠାରେ ସେମାନେ କାର୍ଯ୍ୟ ସମ୍ପର୍କିତ ଚୁକ୍ତି କରିଥିଲେ । ଏହି ଚୁକ୍ତିରେ ନିର୍ମାଣ ସୌଧର ସହାୟକ ଯନ୍ତ୍ରୀଙ୍କ ଦସ୍ତଖତ ଓ ଷ୍ଟାମ୍ପ ରହିଥିଲା । ଏଥିରେ ବିଶ୍ୱାସ କରି ମୁକେଶଙ୍କ ପୁଅ ଅକ୍ଷୟ ତାଙ୍କ କମ୍ପାନୀ ପକ୍ଷରୁ ଦସ୍ତଖତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking