18.1 C
Bhubaneswar
Sunday, December 29, 2024
Homeଅପରାଧବ୍ରହ୍ମପୁରରେ ବଢ଼ୁଛି ଠକେଇ ମାମଲା, ଦୁଇ ସପ୍ତାହରେ ୫ ଥାନାରେ ୧୩ଟି ମାମଲା, ୩ ଗିରଫ

ବ୍ରହ୍ମପୁରରେ ବଢ଼ୁଛି ଠକେଇ ମାମଲା, ଦୁଇ ସପ୍ତାହରେ ୫ ଥାନାରେ ୧୩ଟି ମାମଲା, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଦିନକୁ ଦିନ ଠକେଇ ମାମଲା ବଢ଼ିବାରେ ଲାଗିଛି । କେତେବେଳେ କିଏ ସାଇବର ଠକେଇ ହୋଇଥିବା ବେଳେ ଆଉ କି ଚାକିରି ନାଁରେ ଠକେଇର ଶିକାର ହୋଇଛନ୍ତି । ଶେଷରେ ସୋମାନେ ନିରାଶ ହେବା ପରେ ଥାନାର ଦ୍ୱରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ବ୍ରହ୍ମପୁର ପୁଲିସ ଜଲ୍ଲା ମଧ୍ୟରେ ଥିବା ୫ଟି ଥାନାରେ ଠକେଇ ମାମଲା ରୁଜୁ ହୋଇଛି । ଗତ ୧୪ ଦିନ ମଧ୍ୟରେ ଉକ୍ତ ଥାନାରେ ମୋଟ ୧୩ଟି ଠକେଇ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି । ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ଅର୍ଥନୈତିକ ଅପରାଧ ଓ ସାଇବର ଅପରାଧ ଥାନାରେ ୨ଟି ମାଲଲା ରୁଜୁ ହୋଇଛି । ସେହିପରି ଫାଣ୍ଡିରୁ ଥାନା ରୁପେ ରୂପାନ୍ତରିତ ହୋଇଥିବା ନିମଖଣ୍ଡି ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି ।

ସେହିପରି ସଦର ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଟାଉନ୍ ଥାନାରେ ମୋଟ ୨ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ କିଛି ମାମଲାର ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ବେଳେ ଆଉ କିଛି ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ପୁଲିସ କହିଛି । ଅନ୍ୟପକ୍ଷରେ ବିଭିନ୍ନ ସମୟରେ ସାଇବର ଠକେଇ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଥାନାରେ ମାମଲା ମଧ୍ୟ ରୁୁଜୁ କରୁଛି । କିନ୍ତୁ ବର୍ଷ ବର୍ଷ ସମୟ ବିତିଯାଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଠାବ କରିବା ଦୂରର କଥା ସେମାନଙ୍କ ପତ୍ତା ପାଉନି ପୁଲିସ । କେବଳ ଅଭିଯୋଗ ଓ ମାମଲାରେ ସୀମିତ ରହିଯାଉଛି ସାଇବର ଥାନା ପୁଲିସ ତଦନ୍ତ ପ୍ରକ୍ରିୟା । ଅଭିଯୁକ୍ତ ଠକଙ୍କୁ ଧରିବା ନିମନ୍ତେ ପୁଲିସ ନିକଟରେ ଅନେକ ପନ୍ଥା ରିହିଥିବା ବେଳେ ସେମାନଙ୍କୁ କାବୁ କରିବାରେ ପୁଲିସ ଏକ ପ୍ରକାର ବିଫଳ ହୋଇଥିବା କୁହାଯାଉଛି ।

ଠକେଇ ହୋଇଥିବା ନିଜ ଟଙ୍କା ପାଇବା ଅଭିଯୋଗରେ ଥାନାର ଦ୍ୱାରସ୍ଥ ହୋଇଥିବା ଲୋକଟି ଶେଷରେ ସମୟକୁ ଅପେକ୍ଷା କରିବା ସହ ନିଜ ଭାଗ୍ୟକୁ ନିନ୍ଦା କରି ଚୁପ ରହିବାକୁ ପଢୁଛି । ଯାହାଫଳରେ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ପୁଣିଥିରେ ଲୋକଙ୍କୁ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ଠକୁଥିବା ଅଭିଯୋଗ ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକ ନକଲି ଉତ୍ତରାଧିକାରୀ ପ୍ରମାଣ ପତ୍ରରେ ସମ୍ପ୍ରତି ବିକ୍ରି କରିଥିବା ନେଇ ମୃତ ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କୁ ସ୍ତ୍ରୀ ସୁଲୋଚନା ପାଣିଗ୍ରାହୀ ଗତ କିଛି ଦିନ ପୂର୍ବେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେହିପରି ଚିଟ୍‌ଫଣ୍ଡ ସଂସ୍ଥା ନାମରେ ଚନ୍ଦ୍ରପ୍ରଭା ସାହିର ଆଇନଜୀବୀ ରବି ନାରାୟଣ ସାହୁ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ନେଇ ପୁଲିସ ୨ ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଏଭଳି ଠକେଇ, ଜାଲ୍‌କାଗଜ ପତ୍ରରେ ଜମି ବିକ୍ରି ଓ ଚିଟପଣ୍ଡ ଭଳି ଠକେଇ ମାମଲାର ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିପାରିବାରେ ସଫଳ ହୋଇନାହିଁ । ଅନ୍ୟପକ୍ଷରେ ସୋରଡ଼ା ଥାନା ଗୋବିନ୍ଦପୁର ଅଂଚଳର ଏସ୍‌.ହିତେଶ ପାତ୍ର(୨୫) ନାମକ ଜଣେ ଯୁବକଙ୍କୁ ରେଳବାଇରେ ଚାକିରି କରାଇଦେବା ଜେଏମଏସ. ପ୍ରଭା ତାଙ୍କ ଠାରୁ ୭ସାଢ଼େ ୭ ଲକ୍ଷ ଟଙ୍କା ନେଇଥିଲେ । ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ତାଙ୍କୁ ଗତ ୪ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାପର ଦିନ ତାଙ୍କର ସହଯୋଗୀ ସମୀର ରଥଙ୍କୁ ମଧ୍ୟ ଗିରଫ କରିଥିଲା । ଏଯାବତ ଉଭୟଙ୍କ ମଧ୍ୟରେ ୫ଗୋଟି ମାମଲା ରୁଜୁ ହୋଇଛି ।

ରେଳବାଇ ଗ୍ରୁପ ସି’ରେ ଚାକିରି ଦେବା ନାଁରେ ଅଭିଯୁକ୍ତମାନେ ଟଙ୍କା ଠକେଇ କରୁଥିବା ଟାଉନ୍ ଥାନାରେ ଗୋଟିଏ ଅଭିଯୋଗ ରହିଥିବା ବେଳେ ସଦର ଥାନାରେ ମୋଟ ୪ଟି ମାମଲା ରହିଛି । ସେହିପରି ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ଦୁଇ ମ୍ୟାନେଜର ୮ ଲକ୍ଷ ୧୫ ହଜାର ୧୮୬ ଟଙ୍କାର ଠକେଇ କରିଥିବା କମ୍ପାନୀର ଏରିଆ ମ୍ୟାନେଜର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ଗତ ୫ ତାରିଖରେ ମହିଳା ମ୍ୟାନେଜର ରଶ୍ମୀତା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି କିଛି ମାମଲାରେ ପୁଲିସ ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ମାମଲାରେ ଅଭିଯୁକ୍ତମାନେ ଫେରାର ରହିଛନ୍ତି । ଫେରାର ରହିଥିବା ଅଭିଯୁକ୍ତମାନଙ୍କୁ ପୁଲିସ ସେମାନଙ୍କୁ ଗିରଫ କରିବାକୁ ଯୋଜନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking