28.1 C
Bhubaneswar
Sunday, December 29, 2024
Homeଓଡିଶାବୈତରଣୀ ନଦୀଶଯ୍ୟାରୁ ମିଳିଲା ଭଗ୍ନ ବୁଦ୍ଧମୂର୍ତ୍ତି

ବୈତରଣୀ ନଦୀଶଯ୍ୟାରୁ ମିଳିଲା ଭଗ୍ନ ବୁଦ୍ଧମୂର୍ତ୍ତି

ଭଦ୍ରକ: ଷୋଳମପୁର ପଞ୍ଚାୟତ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାରୁ ଏକ ବିରଳ ଶିଳାଲେଖ ଯୁକ୍ତ ମସ୍ତିଷ୍କ ବିହୀନ ବୁଦ୍ଧଙ୍କ ଭଗ୍ନମୂର୍ତ୍ତି ବୁଧବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଯୁବକ ସୁଧାଂଶୁ ବେଉରିଆ ନଦୀପଠାରେ ଶୌଚ ପାଇଁ ଯାଇଥିବା ବେଳେ ହଠାତ ଚିକ୍‌ଚିକ୍ ମାରୁଥିବା ଏହି ବିରଳ ଭଗ୍ନ ପ୍ରସ୍ତର ଖଣ୍ଡ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଗବେଷକ ତଥା ଇନଟାକ ମେମ୍ବର ବିଶ୍ୱମ୍ବର ରାଉତଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ରାଉତ ନଦୀ ପଠାରେ ପହଞ୍ଚି ମୂର୍ତ୍ତିଟିକୁ ଅନୁଧ୍ୟାନ କରିବା ସହିତ ଏକାଦଶ ଶତାବ୍ଦୀର ପଦ୍ମ ଆସ୍ଥାନରେ ଭୂମିସ୍ପର୍ଶ ମୁଦ୍ରାରେ ଥିବା ମସ୍ତକ ବିହୀନ ବୁଦ୍ଧମୂର୍ତ୍ତି ବୋଲି ଚିହ୍ନଟ କରିଥିଲେ । ମୂର୍ତ୍ତି ପ୍ରଚ୍ଛଦ ପଟରେ ଚାରି ଧାଡ଼ି ବିଶିଷ୍ଟ ଏକ ଶିଳାଲେଖ ଥିବା ଦେଖି ଶ୍ରୀ ରାଉତ ଭୁବନେଶ୍ୱରର ବିଶିଷ୍ଟ ପ୍ରତ୍ନତ୍ୱତବିତ ଡଃ.ସୁନିଲ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ । ପରୀକ୍ଷଣ ପରେ ଖଣ୍ଡୋଲାଇଟ ପ୍ରସ୍ତରରେ ଦେବନାଗରୀ ଲିପିରେ ବୌଦ୍ଧଧର୍ମ ଧାରଣୀ ମନ୍ତ୍ର “ଇଏ ହେତୋ ଧମ୍ମ୍ ପ୍ରଭା ପାଠତେ….’ ଲେଖାଯାଇଥିବା ପାଠ ଡକ୍ଟର ପଟ୍ଟନାୟକ ଉଦ୍ଧାର କରିଥିଲେ । ଏହା ଏକ ବିରଳ ଏବଂ ଦୁର୍ଲଭ ଶିଳାଲେଖ ଯୁକ୍ତ ମୂର୍ତ୍ତି ଏବଂ ବୌଦ୍ଧବିହାରରେ ପୂଜିତ ମୁଖ୍ୟ ବୁଦ୍ଧଙ୍କ ପାର୍ଶ୍ୱ ଦେବତା ଭାବେ ପୂଜିତ ହୋଇଥାଏ ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ । ଏହି ବିରଳ ଶିଳାଲେଖ ମୂର୍ତ୍ତିଟି ସ୍ଥାନୀୟ ବୌଦ୍ଧବିହାର ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖିବା ପାଇଁ ପ୍ରସ୍ତୁତି ଚାଲିଥିବା ସ୍ଥାନୀୟ ଗବେଷକ ଶ୍ରୀ ରାଉତ ଏବଂ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking